ନୂଆଦିଲ୍ଲୀ (ଏଟିଆର ): ବିଏସ୍୪ ଡିଜେଲ ଗାଡିକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ନିଷ୍ପତି . ସୁପ୍ରିମ କୋର୍ଟଙ୍କ ପକ୍ଷରୁ ବିଏସ୍୪ ଡିଜେଲ ଗାଡିର ରେଜିଷ୍ଟ୍ରେସନ ପାଇଁ ମଞ୍ଜୁରୀ ଦିଆଯାଇଛି . ଏଗୁଡିକ ସେହି ଗାଡି ଯାହା ଦିଲ୍ଲୀ ନଗର ନିଗମ ଏବଂ ପୋଲିସ ପକ୍ଷରୁ ଏପ୍ରିଲ ୧ ପୂର୍ବରୁ କିଣାଯାଇଥିଲା . ଏବେ ସୁପ୍ରିମ କୋର୍ଟଙ୍କ ନିଷ୍ପତି ପରେ ଏପ୍ରିଲ ୧ ପୂର୍ବରୁ କିଣାଯାଇଥିବା ବିଏସ୍୪ ଡିଜେଲ ଗାଡିର ରେଜିଷ୍ଟ୍ରେସନ କରାଯିବ .
ଶୁଣାଣି ସମୟରେ ସିଜେଆଇ କହିଛନ୍ତି କି, ବିଏସ୍୨,୩,ଏବଂ ୪ ପାଇଁ ଟ୍ରାନ୍ସପର୍ଟ ବିଭାଗ ପକ୍ଷରୁ , ବିଶେଷ ସେବାରେ ପ୍ରୟୋଗ କରାଯାଇଥିବା ଗାଡ଼ିଗୁଡ଼ିକର ଅସ୍ଥାୟୀ ରେଜିଷ୍ଟ୍ରେସନ କରାଯାଉ . ଏହି ସମ୍ବଧରେ ନିର୍ଦେଶ ଜାରି କରାଯାଉଛି . କରୋନା ମହାମାରୀ ପରେ ନିର୍ଦେଶରେ ପରିବର୍ତନ କରାଯିବ .