ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଏସ୪ ଗାଡିର ପଞ୍ଜିକରଣ ଉପରେ ଆଗାମୀ ଆଦେଶ ଯାଏଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରୋକ ଲଗାଯାଇଛି । ଏହାସହିତ ଲକ୍ ଡାଉନ୍ ସମୟରେ ଅଧିକାଂଶ ସଂଖ୍ୟାରେ ଗାଡି ବିକ୍ରି ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛି । ଏହି ମାମଲାରେ ଆଗାମୀ ଶୁଣାଣି ଅଗଷ୍ଟ ୧୩ ରେ କରାଯିବ ।
ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ପକ୍ଷରୁ ମାର୍ଚ୍ଚ ୩୧ ପରେ ବାହାନ ପୋର୍ଟାଲରେ ବିଏସ୪ ଗାଡି ଅପଲୋଡ କରିବା ସମ୍ବନ୍ଧରେ ସୂଚନା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଆହୁରୀ ସମୟ ଦିଆଯାଇଥିଲା । ଜଷ୍ଟିସ ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଗାଡି ବିକ୍ରି ଅନୁମତି ସମ୍ପନ୍ଧୀୟ ପିଟିସନ ଉପରେ କଡା ପଦକ୍ଷେପ ଗ୍ରହଣ କରି କହିଛନ୍ତି କି, ଆମେ ଏଭଳି ଗାଡିକୁ ଫେରିଇ ନେବାର ଆଦେଶ କାହିଁକି ପାରିତ କରିବୁ? ଏହାର ସମୟ ସୀମା ବିଷୟରେ ନିର୍ମାତାଙ୍କୁ ଜଣାଥିଲା, ତେବେ ସେମାନଙ୍କୁ ଏହାକୁ ଫେରାଇ ନେବା ଉଚିତ୍ ।
ସୁପ୍ରିମକୋର୍ଟର ପୂର୍ବ ଶୁଣାଣିରେ ଫେଡେରେସନ୍ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ୍ ଙ୍କ ପକ୍ଷରୁ ବରିଷ୍ଠ ଓକିଲ କେଭି ବିଶ୍ୱନାଥନ ପୀଠରେ ଗୁହାରି କରିଥିଲେ କି ଗାଡି ଡିଲର୍ସଙ୍କ ପାଖରେ ଏବେ ବି ବିଏସ୪ ଗାଡି ପଡି ରହିଛି, ଯାହାର ବ୍ରିକ୍ରି ହୋଇ ନାହିଁ । ସେହି ଗାଡି ଗୁଡିକୁ ନିର୍ମାତାଙ୍କୁ ଫେରାଇବାର ଅନୁମତି ଦିଆଯାଉ, ଯାହାଫଳରେ ସେହି ଗାଡି ଗୁଡିକୁ ନିର୍ମାତା ଅନ୍ୟ ଦେଶକୁ ପଠାଇ ପାରିବେ ।
ସେ ଆହୁରି ମଧ୍ୟ କହିଛନ୍ତି କି ଆଫ୍ରିକାର ଅନେକ ଦେଶ ବିଏସ୪ ଗାଡି ଅନୁମତି ଦେଇ ସାରିଛନ୍ତି । ଏହାକ ନେଇ ପୀଠ କହିଛି କି, ଆମେ ଏଥିପାଇଁ କାହିଁକି ଆଦେଶ ପାରିତ କରିବୁ । ବିଏସ୪ ଗାଡିର ଡେଡଲାଇନ୍ ବିଷୟରେ ତ ନିର୍ମାତାଙ୍କୁ ଜଣାଥିଲା ।