ଦିଲ୍ଲୀ(ଏଟିଆର ବ୍ୟୁରୋ): ମଧ ବିକ୍ରି ଉପରେ ରାଜ୍ୟ ସରକାର ନେବେ ନିଷ୍ପତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟର୍ । ଆଜି ଜଷ୍ଟିଷ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଦ୍ୱାରା ନିଆଯାଇଛି ଏଭଲି ନିଷ୍ପତି । ସାମାଜିକ ଦୂରତା ବଜାଇ ରଖି ମଦ ବକ୍ରି କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାଜ୍ୟ ସରକାର ଚାହିଁଲେ ହୋମ୍ ଡେଲିଭରି ଜରିଆରେ ମଦ ବିକ୍ରି କରି ପାରିବେ । ତେବେ ୩ୟ ପର୍ଯ୍ୟାୟର ଲକ୍ ଡାଉନ୍ ର ପ୍ରଥମ ଦିନରୁ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । କିଛି ରାଜ୍ୟ ଏହାକୁ ଗ୍ରହଣ କରିଥିବା ବେଳେ ଆଉ କିଛି ରାଜ୍ୟ ଏହାକୁ ଗ୍ରହଣ କରି ନାହାନ୍ତି ।
ଯେଉଁ ରାଜ୍ୟରେ ମଦ ବିକ୍ରି କରାଯାଇଥିଲା ସେଠାରେ ମଦ ଦୋକନ ଆଗରେ ଲମ୍ବା ଲାଇନ୍ ଲାଗିଥିବାର ଦେଖିବାକୁ ମିଳିଛି । ଏହା ସହ ସାମାଜିକ ଦୂରତା ଭଙ୍ଗ ହୋଇଥିବାର ଦେଖିବାକୁ ମିଳିଛି । ତେବେ ସୁପ୍ରିମକୋର୍ଟ ନିଷ୍ପତି ପରେ ରାଜ୍ୟ ସରକାର କଣ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ୬୩ ଜଣ ସୁସ୍ଥ ହୋଇ ଛନ୍ତି । ସେହିପରି ୨ ଜଣଙ୍କର ମୃତ୍ୟୁ ହୋଇଛି ।