ଦିଲ୍ଲୀ ( ଏଟିଆର ବ୍ୟୁରୋ ) ; ଶେଷରେ ସମଗ୍ର ଦେଶରେ ବାଣ ଫୁଟାଇବାକୁ ନେଇ ଆସିଗଲା ରାୟ । ଦୀପାବଳୀ ଅବସରରେ ବାଣ ଫୁଟାଇବା ଅନୁମତି ନେଇ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସଂନ୍ଧ୍ୟା ୮ଟାରୁ ରାତି ୧୦ ଯାଏ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ବାଣ ପୁଟାଇବା ପାଇଁ ସୁପ୍ରୀମକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ ଆଜି ସୁପ୍ରୀମକୋର୍ଟ ଏକ ସମତୂଲ ରାୟ ଦେଇ ବହୁ ବାଦ ବିବାଦର ଅନ୍ତ ଘଟାଇଛନ୍ତି ।
ତେବେ ରାୟରେ ଅହୁରୀ ଅନେକ କିଛି ସର୍ତ୍ତ ମଧ୍ୟ ରହିଛି । ବାଣଫୁଟାକୁ ସମ୍ପୁର୍ଣ୍ଣ ନିସିଦ୍ଧ ନକରି ଗୋଟିଏ ସୀମିତ ଅବଧି , ଅନୁମୋଦିତ ଅଞ୍ଚଳ ଓ କମ ପ୍ରଦୂଷଣ ହେଉଥିବା ବାଣ ପୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରୀମକୋର୍ଟ । ସେହିପରି ଦୀପାବଳୀକୁ ଛାଡି ଖ୍ରୀଷ୍ଟମାସ ଓ ନବବର୍ଷ ଅବସରରେ ରାତି ୧୧.୫୫ରୁ ୧୨.୩୦ ପର୍ଯ୍ୟନ୍ତ ବାଣ ପୁଟାଇବାକୁ କୋର୍ଟ ଅନୁମତି ଦେଇଛି ।
ଖାଲି ସେତିକ ନୁହେଁ କମ ପ୍ରଦୂଷଣ ହେଉଥିବା ବାଣ ଫୁଟାହେବା ସହ ଲାଇସେନ୍ସ ପ୍ରାପ୍ତ ବିକ୍ରେତା ହିଁ ବାଣ ବିକ୍ରି ପାରିବେ ବୋଲି କୋର୍ଟ କହିଛି । ବାଣକୁ ଅନଲାଇନରେ ବିକ୍ରି କରାଯିବନି । ଯଦି କୋଣସି ସଂସ୍ଥା ଏପରି କରେ ତେବେ ତାର ସାଇଟକୁ ବନ୍ଦ ମଧ୍ୟ କରିଦିଆଯିବ ବୋଲି ସୁପ୍ରୀମକୋର୍ଟ ରାୟ ଦେଇଛନ୍ତି ।
ସେପଟେ ସମ୍ବିଧାନର ଧାରା ୨୧ ଅନୁଯାୟୀ ସାଧାରଣ ଲୋକଙ୍କ ‘ରାଇଟ୍ ଟୁ ଲାଇଫ୍’ ଏବଂ ବାଣ ଉତ୍ପାଦନକାରୀଙ୍କ ଜୀବିକାର କଥାକୁ ବିଚାର କରି ଏହି ରାୟ ଶୁଣାଇଛମନ୍ତି ସୁପ୍ରୀମକୋର୍ଟ ।