ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ଆଇନକୁ ନେଇ ସୁପ୍ରିମ୍ କୋର୍ଟ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏହି ଆଇନ୍ ବିରୋଧରେ ଦାଖଲ ହୋଇଥିବା ୫୯ ପିଟିସନ୍ ଉପରେ ସୁପ୍ରିମ୍ କୋର୍ଟ ଶୁଣାଣି କରିବା ସହ ଏହା ଉପରେ ରୋକ ଲଗାଇବା ପାଇଁ ସିଧା ମନା କରାଦିଆ ଯାଇଛି । ଏହି ମାମଲାରେ ଆଗାମୀ ଜାନୁଆରୀ ୨୨ ରେ ଶୁଣାଣି ହେବ । ଏହାସହିତ ସୁପ୍ରିମ କୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ନାଗରିକତା ଆଇନକୁ ନେଇ ଉତ୍ତରପୂର୍ବ ଅଞ୍ଚଳ ସମେତ ପଶ୍ଚିମବଙ୍ଗ ଏବଂ ବିଭିନ୍ନ ରାଜ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି । ମଙ୍ଗଳବାର ଦିନ ଦିଲ୍ଲୀର ଜାମିୟା, ସରାୟ ଜୁଲ୍ୟାନ ଅଞ୍ଚଳରେ ପ୍ରଦର୍ଶନକାରୀ ମାନେ ଦୁଇଟି ବସ୍ ସମେତ ଅନେକ ଗାଡି ଭଙ୍ଗାରୁଜା କରିଛନ୍ତି । ସେପଟେ ଏହି ବିଲ୍ କୁ ନେଇ ପଶ୍ଚିମବଙ୍ଗରେ ବି ଲଗାତର ଭାବେ ବିରୋଧ ପ୍ରଦର୍ଶନ ଜାରି ରହିଛି ।