ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତିର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି କି ପିତା ବା ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି । ସଂଶୋଧିତ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁଯାୟୀ ଏହା ଝିଅମାନଙ୍କର ଅଧିକାର ଏବଂ ଝିଅ ସର୍ବଦା ଝିଅ ହୋଇ ରହିଥାଏ । ଜଷ୍ଟିସ ଅରୁଣ ମିଶ୍ରାଙ୍କ ବେଞ୍ଚର ନିଷ୍ପତିରେ ସ୍ପଷ୍ଟ ଭାବେ କୁହାଯାଇଛି କି ଏହା ଉତ୍ତରାଧିକାରୀ ଆଇନ ୨୦୦୫ରେ ସଂଶୋଧନର ବାଖ୍ୟା ।
ସୁପ୍ରିମକୋର୍ଟଙ୍କ ଅନୁସାରେ ହିନ୍ଦୁ ମହିଳାମାନଙ୍କୁ ତାଙ୍କ ପିତାଙ୍କ ସମ୍ପତ୍ତିରେ ଭାଇ ସମାନ ସମ୍ପତ୍ତି ମିଳିବ । ଝିଅ ସର୍ବଦା ଝିଅ ହୋଇ ରହିଥାନ୍ତି । ୨୦୦୫ରେ ସଂଶୋଧନ କରାଯିବା ପୂର୍ବରୁ ବି ଯଦି କୌଣସି ପିତାଙ୍କର ମୃତ୍ୟୁ ହୋଇଯାଇଛି ତେବେ ତାପରେ ବି ପିତାଙ୍କ ସମ୍ପତି ଝିଅ ଓ ପୁଅକୁ ସମାନ ଅଧିକାର ମିଳିବ ।
ସୂଚନାଯୋଗ୍ୟ, ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୬୫ରେ ବର୍ଷ ୨୦୦୫ରେ ସଂଶୋଧନ କରାଯାଇଥିଲା । ସେହିଅନୁଯାୟୀ ପୈତୃକ ସମ୍ପତ୍ତିରେ ଝିଅମାନଙ୍କୁ ସମାନ ଅଧିକାର ଦେବାର ବ୍ୟବସ୍ଥା ରହିଛି । ସେହିଅନୁଯାୟୀ ପିତାଙ୍କ ସମ୍ପତ୍ତିରେ ପୁଅର ଯେତିକି ଅଧିକ ଅଧିକାର ଅଛି ଝିଅର ବି ସେତିକି ଅଧିକାର ରହିଛି । ଝିଅ ବିବାହ କରିବାରେ ଏଥିରେ କୌଣସି ଲେଣ ଦେଣ ନାହିଁ ।