ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚଳିତ ବର୍ଷ ରଥଯାତ୍ରାକୁ ନେଇ ସୁପ୍ରିମ କୋର୍ଟ ପକ୍ଷରୁ ଗୂରୁତ୍ୱପୂର୍ଣ୍ଣ ରାୟ ଶୁଣାଣୀ କରାଯାଇଛି । ଚଳିତ ବର୍ଷ ହେବ ନାହିଁ ମହାପ୍ରଭୁଙ୍କ ରଥଯାତ୍ରା ବୋଲି ସୁପ୍ରୀମ କୋର୍ଟ ପକ୍ଷରୁ ଶୁଣାଣୀ କରାଯାଇଛି ।ସୁପ୍ରିମ କୋର୍ଟର ପ୍ରଧାନ ବିଚାର ପତିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପିଠ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏଭଳି ରାୟ ଶୁଣାଣି କରିଛନ୍ତି । ଖଣ୍ଡପିଠ କହିବା ଅନୁସାରେ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି ରଥଯାତ୍ରା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକ ମାନେ ସମାବେଶ ହେବାର ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ ଅନୁମତି ଦେଲେ ମହାପ୍ରଭୁ ଆମକୁ କ୍ଷମା କରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛି ।
ଜୁନ ୨୩ ରେ ହେବାକୁ ଥିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ବନ୍ଦ କରିବା ପାଇଁ ଓଡିଶା ବିକଶ ପରିଷଦ ସମେତ ଅନ୍ୟ ସାତଟି ଆବେଦନ କରାଯାଇଥିଲା । କରୋନା ମହାମାରୀକୁ ନଜରରେ ରଖି ରଥଯାତ୍ରାକୁ ବନ୍ଦ କରାଯାଇଛି । ତେବେ ଏହା ପୂର୍ବରୁ ହାଇକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା । ହେଲେ ଏହାକୁ ହାଇକୋର୍ଟ ପକ୍ଷରୁ ଖାରଜ କରାଯାଇଥିଲା । ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟ ସରକାର ରଥ ଯାତ୍ରା କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବେ । ତେବେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ଡେରିରେ ଆରମ୍ଭ କରାଯାଇଥିବା ବେଳେ ମଧ୍ୟ ରଥ କାମ ଶେଷ ପର୍ଯ୍ୟାୟରେ ଚାଲିଥିଲା । ଏହା ସହ ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ମଧ୍ୟ ଅଳ୍ପ ସେବାୟତଙ୍କୁ ନେଇ ଓ କୋଭିଡ ଗାଇଡ ଲାଇନକୁ ପାଳନ କରାଯାଇଥିଲା ।