ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯୁଦ୍ଧ ବିମାନ ରାଫେଲ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଛି କି ରାଫେଲ ମାମଲାରେ ଅଲଗା ଭାବେ ଯାଞ୍ଚ କରିବାର ଆବଶ୍ୟକତା ନାହିଁ । ମୋଦି ସରକାରକୁ କ୍ଲିନ୍ ଚିଟ୍ ଦେଇ କୋର୍ଟ ପକ୍ଷରୁ କୁହାଯାଇଛି, ପୁର୍ନବିଚାର ପିଟିସନ୍ ର ଶୁଣାଣି ଯୋଗ୍ୟ ନୁହେଁ । ୧୪ ଡିସେମ୍ବର ୨୦୧୮ ଫଇସଲା ଉପରେ ପୁର୍ନବିଚାର କରିବାର ଦାବି ପିଟିସନକୁ ସୁପ୍ରିମକୋର୍ଟ ଖାରିଜ କରିଛି ।
ଏହାର ପୂର୍ବ ଫଇସଲାରେ କୋର୍ଟ ପକ୍ଷରୁ କୁହାଯାଇଥିଲା କି, ୩୬ ରାଫେଲ ଯୁଦ୍ଧ ବିମାନକୁ କିଣିବାରେ ନିର୍ଣ୍ଣୟ ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ସନ୍ଦେହ କରିବାର କୌଣସି କଥା ନାହିଁ । କୋର୍ଟ ପକ୍ଷରୁ ଏହି ପିଟିସନକୁ ଖାରଜ କରାଯାଇଛିି । ଏହି ମାମଲାରେ ପ୍ରାଥମିକ ତଦନ୍ତ କରିବାର ଆବଶ୍ୟକତା ନାହିଁ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପୀଠ ପକ୍ଷରୁ କୁହାଯାଇଛି, ପୁର୍ନବିଚାର ପିଟିସନ୍ ଶୁଣାଶି ଯୋଗ୍ୟ ବିବେଚିତ ନୁହେଁ ।