ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସବରୀମାଲା ମନ୍ଦିର ମାମଲାକୁ ନେଇ ଗୁରୁବାର ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଶୁଣାଣି ପାଇଁ ସାତ ଜଣିଆ ଖଣ୍ଡ ପୀଠକୁ ପଠାଯାଇଛି । ହୁଏତ ବଡ ପୀଠରେ ଶୁଣାଣି ହେବା ପରେ ନିଷ୍ପତି ଆସିବା ପର୍ଯ୍ୟନ୍ତ ନ୍ୟାୟଳୟ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ନିଷ୍ପତି ଲାଗୁ ରଖିବା ପାଇଁ ନିର୍ଣ୍ଣୟ ଦିଆଯାଇଛି । ଏନେଇ ସିଜେଆଇ କହିଛନ୍ତି ପୂଜା ସ୍ଥଳରେ ମହିଳାଙ୍କ ପ୍ରବେଶ କେବଳ ଏହି ମନ୍ଦିର ପର୍ଯ୍ୟନ୍ତ ସୀମିତ ନାହିଁ । ଏହା ମହିଳାଙ୍କ ମସଜିଦ୍ ପ୍ରବେଶକୁ ନେଇ ବି ରହିଛି । ଅର୍ଜିଦାତାଙ୍କ ଉଦ୍ଦ୍ୟେଶ ଧର୍ମ ଏବଂ ବିଶ୍ୱାସ ଉପରେ ବିତର୍କକୁ ପୁର୍ନଜୀବିତ କରିବାର ଥିଲା ।
ପୀଠ ପକ୍ଷରୁ କୁହାଯାଇଛି କି, ଧାର୍ମିକ ସ୍ଥଳରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ କେବଳ ସବରୀମାଲା ପର୍ଯ୍ୟନ୍ତ ସୀମିତ ନାହିଁ ବରଂ ଏହା ଅନ୍ୟ ଧର୍ମରେ ବି ଏଭଳି ରହିଛି ।
ଶୀର୍ଷ ଅଦାଲତ ପକ୍ଷରୁ ୩:୨ ର ବହୁମତ ପୁର୍ନବିଚାର ପିଟିସନକୁ ବଡ ବେଞ୍ଚକୁ ସ୍ଥାନାନ୍ତରିତ କରାଯାଇଛି । ଜଷ୍ଟିସ ଫଲି ନରୀମନ ଏବଂ ଜଷ୍ଟିସ ଚନ୍ଦ୍ରଚୂଡ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶ ଉପେର ବଡ ବେଞ୍ଚ ର ନିଷ୍ପତି ଆସିବା ପର୍ଯ୍ୟନ୍ତ ଅଦାଲତର ପୂର୍ବବର୍ତ୍ତି ଫଇସଲା ଲାଗୁ ରହିବ ।
ସେପଟେ ମସଜିଦ୍ ରେ ମହିଳାଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ ନେଇ ପ୍ରଧାନ ନ୍ୟାୟାଧିଶ କହିଛନ୍ତି, ଉଚ୍ଚତମ ନ୍ୟାୟାଳୟକୁ ସବରୀମାଲା ଭଳି ଧାର୍ମିକ ସ୍ଥଳ ପାଇଁ ସମାନ ନୀତି ହେବା ଉଚିତ୍ । ଏଭଳି ଧାର୍ମିକ ପ୍ରସଙ୍ଗ ଉପରେ ସାତ ଜଣିଆ ନ୍ୟାୟାଧିଶ ପୀଠକୁ ବିଚାର କରିବ ଉଚିତ୍ । ଏହାସହିତ ସେ ସବରୀମାଲା ମାମଲାରେ ପୁର୍ନବିଚାର ସମେତ ସମସ୍ତ ଅନ୍ୟ ପିଟିସନକଚ ଉଚ୍ଚତମ ନ୍ୟାୟାଳୟର ସାତ ନ୍ୟାୟାଧିଶ ପାଖକୁ ପଠାଇଛନ୍ତି ।