ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବି ଓ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କୁ ଏକ ମାମାଲାରେ ୧ ଟଙ୍କା ଜରିମାନା ରାଶି ଦେବାକୁ ନିର୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କୃତଜ୍ଞତାର ସହିତ ଗ୍ରହଣ କରି ୧ ଟଙ୍କାର ଜରିମାନା ରାଶି କୋର୍ଟରେ ଜମା ଦେଇଛନ୍ତି । ସୂଚନାଯୋଗ୍ୟ ଅଦାଲତର ଅବମାନନା ମାମଲାରେ ସୁପ୍ରିମକୋର୍ଟ ଆଇନଜୀବି ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା କରିଥିଲେ ।
ଏଥିପାଇଁ ଅଦାଲତ ୧ ଟଙ୍କା ଜରିମାନା କରିଥିଲେ । ଯଦି ପ୍ରଶାନ୍ତ ଭୂଷଣ ସେପ୍ଟମ୍ବା ୧୫ ସୁଦ୍ଧା ଏହି ରାଶି କୋର୍ଟରେ ଯମା କରିନଥାନ୍ତେ ତେବେ ତାଙ୍କୁ ୩ ବର୍ଷ ଓକିଲାତି ବନ୍ଦ କରାଯାଇଥାନ୍ତା ନହେଲେ ୩ ମାସ ଜେଲ ଦଣ୍ଡ ହୋଇଥାନ୍ତା । ଗତ ୧୪ ତାରିଖରେ କୋର୍ଟ ମାମଲାର ଶୁଣାଣୀ କରି ଆଜି ଦଣ୍ଡ ବିଧାନ କରିଥିଲେ । ତେବେ ଆଜି ଅଦାଲତ ରାୟ ପ୍ରକାଶ କରିବା ପରେ ପ୍ରଶାନ୍ତ ଭୂଷଣ ଏହାକୁ କୃତଜ୍ଞତାର ସହିତ ଗ୍ରହଣ କରିଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ।