ନୂଆଦିଲ୍ଲୀ: (ଏଟିଆର ବ୍ୟୁରୋ): ସୁଷମାଙ୍କୁ ଝୁରୁଛି ସାରା ଦେଶ । ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଉ ନାହାନ୍ତି । ୬୭ ବର୍ଷ ବୟସରେ ତାଙ୍କର ଦୁଃଖଦ ଦେହାନ୍ତ ଘଟିଛି । ହୃଦଘାତ ପରେ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁୟଟ ଅଫ ମେଡିକାଲ ସାଇନ୍ସ(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ୧୦ଟା ୨୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ମୋଦୀ ସରକାରରେ ଏକ କର୍ମଯୋଗୀ ମନ୍ତ୍ରୀଙ୍କ ମଧ୍ୟରୁ ସେ ଥିଲେ ଜଣେ । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ବହୁ ମନ୍ତ୍ରୀ ଓ ନେତା ଶେଷ ଦର୍ଶନ ପାଇଁ ଏମ୍ସରେ ପହଞ୍ଚିଥିଲେ ।
ସୁଷମା ସ୍ୱରାଜଙ୍କ ଜୀବନ ଯାତ୍ରା-
• ୧୯୫୨ ମସିହା ଫେବ୍ରୁଆରି ୧୪ରେ ହରିଆନାର ଅମ୍ବାଲାରେ ଜନ୍ମ ହୋଇଥିଲେ ସୁଷମା ସ୍ବରାଜ। ସୁପ୍ରିମକୋର୍ଟର ଓକିଲ ଭାବେ ସେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ହେଁ ପରେ ରାଜନୀତିରେ ଯୋଗ ଦେଇ ବିଜେପିର ଜଣେ ଟାଣୁଆ ନେତ୍ରୀ ହୋଇ ପାରିଥିଲେ।
• ୧୯୭୭ରେ ମାତ୍ର ୨୫ ବର୍ଷ ବୟସରେ ସେ ଅମ୍ବାଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହେବା ସହ େଦଶର ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।
• ୧୯୯୦ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।
• ୧୯୯୬ରେ ଦକ୍ଷିଣ ଦିଲ୍ଲୀରୁ ବିଜେପି ଟିକଟରେ ବିଜୟୀ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ।
• ୧୯୯୮ ଅକ୍ଟୋବର ୧୩ରୁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ।
• ୧୯୯୮ରେ ସେ ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ବିଜୟୀ ହୋଇ ବାଜପେୟୀ ସରକାରରେ ପୁଣିଥରେ ସୂଚନା ପ୍ରସାରଣ ଓ ଟେଲିକମ୍ ବିଭାଗର ମନ୍ତ୍ରୀ ହୋଇଥିଲେ।
• ୧୯୯୯ରେ ସେ କର୍ଣ୍ଣାଟକର ବେଲାରି ଆସନରେ କଂଗ୍ରେସ ଅଧ୍ୟକ୍ଷା େସାନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ।
• ୨୦୦୦ ମସିହାରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ପୁନର୍ବାର ସୂଚନା ପ୍ରସାରଣ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରିପଦ ସମ୍ଭାଳିଥିଲେ। ଏହିସମୟରେ ସୁଷମା ଭୁବନେଶ୍ବର ସମେତ ଦେଶରେ ୬ଟି ନୂଆ ଏମ୍ସ ଖୋଲିଥିଲେ ।
• ୨୦୦୬ରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
• ୨୦୦୯ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
• ୨୦୧୪ ପର୍ୟ୍ୟନ୍ତ ଲୋକସଭାରେ ବିରୋଧୀଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ।
• ୨୦୦୪ରେ ପୁଣିଥରେ ସେ ବିଦିଶା ଆସନରୁ ବିଜୟୀ ହୋଇ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ହେଉଛନ୍ତି ଦ୍ବିତୀୟ ମହିଳା ଯେ କି ବୈଦେଶିକ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ।
• ୨୦୧୬ ଡିସେମ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ତାଙ୍କର କିଡନି ପ୍ରତିରୋପଣ ହୋଇଥିଲା। ତେଣୁ ସ୍ବାସ୍ଥଗତ କାରଣରୁ ସେ ୨୦୧୯ ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024