ନୁଆଦଲ୍ଲୀ(ଏଟିଆର ବ୍ୟୁରୋ):ସଂସଦରେ ଶୀତ କାଳିନ ଅଧିବେଶନ ଚାଲିଛି । ତେବେ ଏହି ଅବସରରେ ବହୁ ପ୍ରସଙ୍ଗରେ ଅଲୋଚନା କରାଯାଉଛି । ବୁଧବାର ଦିନ ସଂସଦରେ ଶୀତ କାଳିନ ଅଧିବେଶନ ଚାଲୁଥିବା ବେଳେ ପ୍ରଜ୍ଞା ଠାକୁର କିଛି ଏଭଳି ବୟାନ ଦେଇଥିଲେ ଯେ ଯାହାକୁ ନେଇ ସାରା ଦେଶ ତାଙ୍କୁ ସମାଲୋଚନା କରିବାରେ ଲାଗିପଡିଛି । ତେବେ ବୁଧବାର ଦିନ ଏସପିଜି ସଂଶୋଧନ ବିଲ ଉପରେ ଆଲୋଚନା କରୁଥିବା ବେଳେ ପ୍ରଜ୍ଞା ଠାକୁର ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ । ଏହା ପରେ ଗୃହରେ କଂଗ୍ରେସର ନେତା ମାନେ ହଟ୍ଟଗୋଳ କରିଥିଲେ । ତେବେ ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହା ଉପରେ ମନ୍ତବ୍ୟ ରଖି କହିଥିଲେ ଯେ, ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ଅତ୍ୟନ୍ତ ନିନ୍ଦନୀୟ ।ଏହାକୁ ନେଇ ଗତକାଲି ପ୍ରଜ୍ଞା ଠାକୁରଙ୍କ ଉପରେ ବିଜେପି ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଥିଲା ।ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମାମଲା ପରାମର୍ଶଦାତାରୁ ହଟାଇ ଦିଆଯାଇଛି । ଏହା ସହ ସାଧ୍ୱୀ ପ୍ରଜ୍ଞା ସଂସଦର ଅଧିବେଶନ ସମୟରେ ହେବାକୁ ଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ପାରିବେ ନାହିଁ। ବୋଲି ନିଷ୍ପତି ନିଆଯାଇଥିଲା ।
ତେବେ ଆଜି ଲୋକସେବାରେ ସାଂସଦ ପ୍ରଜ୍ଞା ଠାକୁର ଦେଇଥିବା ବୟାନ କୁ ନେଇ ସଫେଇ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଲୋକସଭାରେ ଲିଖିତ ବୟାନ ଦେଇ କହିଥିଲେ ଯେ, ତାଙ୍କ ବୟାନକୁ ଭୁଲ ଭାବରେ ପ୍ରର୍ଦଶିତ କରାଯାଉଛି । ଏହା ସହ ପ୍ରଜ୍ଞା ଠାକୁର କହିଥିଲେ ଯେ ସେ ଦେଇଥିବା ବୟାନରେ ଯଦି କାହାର ଭାବନ କ୍ଷୁର୍ଣ୍ଣ ହୋଇଛି ତେବେ ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । ଅନ୍ୟପଟେ ସାଂସଦ ପ୍ରଜ୍ଞା ଠାକୁର କ୍ଷମା ପ୍ରାର୍ଥନା କରୁଥିବା ସମୟରେ କଂଗ୍ରେସ ସାଂସଦ ମାନେ ଗୃହରେ ହଙ୍ଗାମା କରିଥିଲେ । କଂଗ୍ରେସ ସାଂସଦ ମାନେ ମହାତ୍ମା ଗନ୍ଧୀ ଜୟ କହୁଥିବା ବେଳେ ଗହସେ ଡାଉନ ଡାଉନ ର ନାରା ଲଗାଇଥିଲେ ।