ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରକ୍ଷା ସଚିବ ଅଜୟ କୁମାରଙ୍କଠାରେ ବୁଧବାର କୋଭିଡ୧୯ ସଂକ୍ରମଣର ଲକ୍ଷଣ ଦେଖାଦେଇଛି । ଏହାପରେ ତାଙ୍କ ସଂଶ୍ପର୍ଷରେ କେତେ ଜଣ ଆସିଛନ୍ତି ଏନେଇ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଅଜୟ କୁମାର କରୋନା ସଂକ୍ରମିତର ଲକ୍ଷଣ ବିଷୟରେ ଖବର ପ୍ରକାଶ ପାଇବା ପରେ ରାୟସିନା ହିଲ୍ସର ସାଉଥ ବ୍ଲକରେ ମନ୍ତ୍ରାଳୟର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ପାଖାପାଖି ୩୫ ଅଧିକାରୀଙ୍କୁ ହୋମ କ୍ୱାରେଣ୍ଟାଇନ୍ କରାଯାଇଛି । ମାତ୍ର ଏନେଇ ଆଧିକାରିକ ସୂତ୍ରରୁ କୌଣସି ସ୍ପଷ୍ଟି କରଣ ହୋଇନାହିଁ ।
ଅନ୍ୟପଟେ ଏନେଇ ରକ୍ଷା ମନ୍ତ୍ରାଳୟର ପ୍ରବକ୍ତା କୌଣସି ପ୍ରକାରର ଟିପ୍ପଣୀ ଦେବାକୁ ମନା କରି ଦେଇଥିବା ବେଳେ ସେନାର ଦୁଇ ଜଣ ବରିଷ୍ଠ ଅଧିକାର କହିଛନ୍ତି କି, କୁମାରଙ୍କ ଠାରେ ସଂକ୍ରମଣ ଦେଖାଦେଇଛି ।