ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସୀ ଖବର । ଦୀର୍ଘ ଛଅ ମାସର ଲକଡାଉନ୍ ପରେ ଆଜିଠୁ ଖୋଲିଛି ତାଜମହଲ, କିନ୍ତୁ ଏମ୍ପୋରିୟମ ଖୋଲାଯାଇ ନାହିଁ । ଏହି ଅବସରରେ କୋଭିଡ୧୯ କୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ପର୍ଯ୍ୟଟନଙ୍କ ପାଇଁ କୋଭିଡ୧୯ ଗାଇଡଲାଇନ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।
ମାର୍ଚ୍ଚ ୧୭ ରୁ ତାଜମହଲ ଏବଂ ଆଗ୍ରା କିଲା ବନ୍ଦ ରହିଥିଲା । ଦୀର୍ଘ ଛଅ ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁର୍ନବାର ଖୋଲାଯାଇଛି । ସରକାରଙ୍କ ନୂତନ ଗାଇଡଲାଇନ ଅନୁଯାୟୀ ତାଜମହଲରେ ଗୋଟେ ଦିନରେ ଅଧିକାଂଶ ୫ ହଜାର ପର୍ଯ୍ୟଟକ ଏବଂ ଆଗ୍ରା କିଲାରେ ଅଧିକାଂଶ ଅଢେଈ ହଜାର ପର୍ଯ୍ୟଟକଙ୍କୁ ହିଁ ପ୍ରବେଶ ପାଇଁ ଅନୁମତି ରହିଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ଅନଲାଇନ୍ ଟିକେଟ ବୁକ୍ କରିବାକୁ ପଡିବ । ଏହାସହିତ ସ୍ମାରକ ରେ କ୍ୟୁଆର କୋଡ ସ୍କାନ କରବା ପରେ ପ୍ରବେଶ ପାଇଁ ଅନୁମତି ମିିଳିବ ।