ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ରାସ୍ତା କଡରେ ବଡ ବଡ ଅକ୍ଷରରେ ଲେଖା ହୋଇଥାଏ ନୋ ପାର୍କିଂ ଜୋନ୍ । ଏହାସତ୍ୱେ ବି କିଛି ଲୋକ ଏହାକୁ ଖାତିରି ନକରି ଗାଡି ପାର୍କିଂ କରି ଚାଲି ଯାଇଥାନ୍ତି । ଏହାସହିତ ଲୋକେ ରାସ୍ତା କଡରେ ବି ଗାଡି ପାର୍କିଂ କରି ଚାଲି ଯାଇଥାନ୍ତି । ଯାହା ଫଳରେ ଅନେକ ସମସ୍ୟା ଉପୁଜି ଥାଏ ।ଏଭଳି ଦୃଶ୍ୟ କୌଣସି ଗୋଟେ ସ୍ଥାନରେ ନୁହେଁ ବରଂ ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହି ନୋ ପାର୍କିଂ ସ୍ଥାନରେ ଗାଡି ପାର୍କିଂ କରିବା ସମସ୍ୟାର ସମଧାନ ପାଇଁ ମୋଦି ସରାକର ଏବେ ଏକ ନିଆରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନୋ ପାର୍କିଂ ସ୍ଥାନରେ ଗାଡି ପାର୍କ ହୋଇଥିବାର ଫଟୋ ଉଠାଇ ସଡକ ପରିବହନ ବିଭାଗକୁ ପଠାଇବେ ତେବେ ଜରିମାନାର ଏକ ଅଂଶ ଆପଣଙ୍କୁ ମିଳିବ ।
ଖବର ମୁତାବକ, ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ବହୁତ ଶୀଘ୍ର ଏଭଳି ଏକ ଯୋଜନା ନେଇ ଆସୁଛନ୍ତି । ହୁଏତ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ କି ଜରିମାନା ର କେତେ ପ୍ରତିଶତ ରିପୋର୍ଟ କରିଥିବା ବ୍ୟକ୍ତିଙ୍କୁ ଅବା ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ଦିଆଯିବ । ଏହାର ପ୍ରସ୍ତୁତିରେ ଏବେ ଲାଗିପଡିଛନ୍ତି ସରକାର ।
ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି, ସବୁଠାରୁ ଚିନ୍ତାରେ ବିଷୟ ହେଉଛି ଦିଲ୍ଲୀରେ ରାସ୍ତା କଡରେ ଗାଡି ଗୁଡିକୁ ଲୋକେ ପାର୍କିଂ କରି ଦେଇଥାନ୍ତି ।
ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି,ରାଜ୍ୟର ସହର ଗୁଡିକୁ ରିଙ୍ଗ ରୋଡ କରିବା ପାଇଁ ମୁଁ ୫୦-୫୦ ଫର୍ମୁଲା କଥା କହିଥିଲି, କିନ୍ତୁ ଏଥିପାଇଁ ରାଜ୍ୟ ପ୍ରସ୍ତୁତ ନାହିଁ । ମୁଁ ଆଜି ଆହୁରୀ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା କରିଛି । ସେହି ଅନୁଯାୟୀ କେନ୍ଦ୍ର ଇଂଫ୍ରାଷ୍ଟ୍ରକଚର ଏବଂ ସର୍ଭିସେଜକୁ ନେଇ ରାଜ୍ୟ ସରକାର ସୁବିଧା ଯୋଗାନ୍ତୁ ,ତାପରେ ଯାଇ ରିଙ୍ଗ ରୋଡ ହୋଇପାରିବ । ନେସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏ) ପାଖରେ ଟଙ୍କାର କୌଣସି ସମସ୍ୟା ନାହିଁ ।