ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏଇ ନିକଟରେ ବିବାଦରେ ଛନ୍ଦି ହୋଇ ପଡିଥିବା ବିଦେଶୀ ଆପ ଟିକଟକ ଏବେ ପୁଣି ବିବାଦ ଘେରକୁ ଆସିଛି । ଟିକଟିକର ଭାରତରେ ଯେତିକି ଲୋକପ୍ରିୟତା ବଢିବାରେ ଲାଗିଛି ସେତିକି ସେତିକି ବିବାଦ ମଧ୍ୟକୁ ଆସୁଛି ଟିକଟକ । ସୂଚନାଯୋଗ୍ୟ ଟିକଟକରେ ୟୁଜର୍ସ ୩୦ ସେକେଣ୍ଡରୁ ଆରମ୍ଭ ହୋଇ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିଥାନ୍ତି । ମାତ୍ର ସେହିସବୁ ଭିଡିଓ ଭିତରେ ଅନେକ କିଛି ଭିଡିଓ ରହିଥାଏ ଯାହା ଶିକ୍ଷା ଓ ବ୍ୟବସ୍ଥାକୁ ପ୍ରଭାବ ପକାଇଥାଏ ।
ସେହିଭଳି ଅନେକ ସମୟରେ ଦେଖିବାକୁ ମିଳିଥାଏ ଭିଡିଓରେ ୟୁଜର୍ସ ହାତରେ କିଛି ହତିଆର ଆଦି ମଧ୍ୟ ଧରି ଭିଡିଓ ବନାଉଥିବାର । ସେହିଭଳି ଝିଅ ମାନଙ୍କୁ ଅଶାଳୀନ ବ୍ୟବହାର କରାଯାଉଥିବା ଭିଡିଓ ମଧ୍ୟ ଦେଖିବାକୁ ମିଳେ । ସେହିଭଳି ଏଯାବତ ଟିକଟକକୁ ୧୧ ଥର ଭିଡିଓ ହଟାଇବାକୁ ସରକାର ଟିକଟକକୁ ନିର୍ଦେଶ ଦେଇ ସାରିଲେଣି ।