ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଇର୍ଫାନ ପଠାନ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ସନ୍ୟାସ ଘୋଷଣା କରିଛନ୍ତି । ଟିମ ଇଣ୍ଡିଆ ଲାଗି ଇର୍ଫାନ ଶେଷ ଥର ୨ ଅକ୍ଟୋବର ୨୦୧୨ରେ ମ୍ୟାଚ ଖେଳି ଥିଲେ । ଏହା ପର ଠାରୁ ସେ ଆଉ ଟିମ ଇଣ୍ଡିଆରେ ଖେଳି ନଥିଲେ । ଇର୍ଫାନ ତାଙ୍କର ୧୬ ବର୍ଷ ଆନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି । ଇର୍ଫାନ ତାଙ୍କ କ୍ୟାରିୟରରେ ୨୯ଟି ଟେଷ୍ଟ ୧୨୦ଟି ୱାନଡେ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।
୨୯ଟି ଟେଷ୍ଟରେ ସେ ୧୦୦ଟି ୱିକେଟ ହାସଲ କରିଥିବା ବେଳେ ୫୯ ରନ୍ ଦେଇ ୭ଟି ୱିକେଟ ହାସଲ କରିବା ତାଙ୍କ ସର୍ବୋତ୍ତମ ପ୍ରଦର୍ଶନ ଥିଲା । ଟେଷ୍ଟ କ୍ୟାରିୟରରେ ସେ ୧ ହଜାର ୧୦୫ ରନ କରିଥିବା ବେଳେ ସର୍ବଶ୍ରେଷ୍ଠ ଇନିଂସ ୧୦୨ ରନ୍ କରିଛନ୍ତି । ସେହିପରି ଟେଷ୍ଟ କ୍ରିକେଟରେ ୧୨୬ ରନ ବିନିମୟରେ ୩ଟି ୱିକେଟ ହାତେଇଥିବାର ରେକର୍ଡ ତାଙ୍କ ନାଁରେ ଅଛି । ସେହିଭଳି ଟି-୨୦ ମ୍ୟାଚରେ ୧୬ରନ ବିନିମୟରେ ସେ ୩ଟି ୱିକେଟ ହାସଲ କରି ରେକର୍ଡ ମଧ୍ୟ କରିଛନ୍ତି । ସେହିଭଳି ୱାନଡେରେ ତାଙ୍କର ସର୍ବଶ୍ରେଷ୍ଠ ଇନିଂସରେ ୮୩ରନ୍ ରହିଛି । ସେ ୱାନଡେରେ ୧ ହଜାର ୫୪୪ ରନ୍ ସଂଗ୍ରହ କରିଛନ୍ତି । ସମସ୍ତ ସପଳତାର ଶ୍ରେୟ ଇର୍ଫାନ ତାଙ୍କ ଫ୍ୟାନ୍ସଙ୍କୁ ଦେଇଛନ୍ତି ।