ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ଗତ ୨୦୧୯ ରେ ପିଆଜ ପାଇଁ ସାଧାରଣ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏମିତି କିତ ପିଆଜ କିଲୋ ୨୦୦ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ଏବର୍ଷ ଅର୍ଥାତ ୨୦୨୦ ରେ ଆଉ ପିଆଜ କନ୍ଦାଇବ ନାହିଁ । ଚଳିତ ବର୍ଷ ପିଆଜ ଉତ୍ସାଦନ ସ୍ୱଭାବିକ ରହିବ । ଯାହା ଫଳରେ ପିଆଜ ଆଉ କନ୍ଦାଇବ ନାହିଁ । ଗତକାଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ସୂଚନା ରହିଛି ଏଥର ପିଆଜ ପନି ପରିବା ଉତ୍ପାଦନ ବଢିବ ମାତ୍ର ଫଳ ଉତ୍ପାଦନ କମ ରହିବ ।
ଗତଥର ଦେଶରେ ୧୦୦.୭୩ ଲକ୍ଷ ହେକ୍ଟର ଜମିରେ ପରିବା ଚାଷ ହୋଇଥିବା ବେଳେ ଚଳିତଥର ୧୦୨.୯୨ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି। ଯେହେତୁ ଅଧିକ ସ୍ଥାନରେ ଚାଷ ହୋଇଛି ତେଣୁ ପରିବା ଉତ୍ପାଦନ ବଢ଼ିବ ବୋଲି ଅନୁମାନ କରାଯାଉଛି। ଚଳିତ ଥର ପୂର୍ବ ଅପେକ୍ଷା ୭.୧୭ ପ୍ରତିଶତ ଅଧିକ ଚାଷ ହୋଇ ୨୪୪.୫ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେବ ବୋଲି ଜଣାପଡ଼ିଛି। ଏହି ଆକଳନ ଯଦି ସତ ହୁଏ ତେବେ ଏବର୍ଷ ପିଆଜ ଆଉ କନ୍ଦାଇବ ନାହିଁ ।