ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶକୁ କଲବଲ କରି ରଖିଛି କରୋନା । ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇବା ପାଇଁ ସାରା ଦେଶକୁ ଏବେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯେଉଁ ବ୍ୟକ୍ତି ଲକ୍ ଡାଉନ୍ କୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ରାସ୍ତାରେ ଦେଖିବା ମାତ୍ରେ ହିଁ ସେମାନଙ୍କ ପାଇଁ ଗୁୁଳି ମାରି ଦେବାର ଆଦେଶ ଜାରି କରାଯିବ ।
ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ସହ ଆଲୋଚନା କରି କହିଛନ୍ତି କି, ଅନେକ ଲୋକ ଲକ୍ ଡାଉନ୍ ଆଦେଶକୁ ପାଳନ କରୁ ନାହାନ୍ତି । ଏଭଳି ସ୍ଥିତି ସୃଷ୍ଟି କର ନାହିଁ, ଯାହାଦ୍ୱାରା ସରକାରଙ୍କ ପାଖରେ ଗୁଳି ମାରିବାର ଆଦେଶ ଦେବା ଛଡା ଅନ୍ୟ କିଛି ବିକଳ୍ପ ନଥିବ । ଏଥିପାଇଁ କଡା କାର୍ଯ୍ୟନୁଷ୍ଠାନ ନେବା ଲାଗି ପୋଲିସକୁ ଦାୟିତ୍ୱ ଦିଆଯାଇଛି । ଏହାସହିତ ଲକ୍ ଡାଉନ୍ ସମୟରେ କୌଣସି ପରିବା ବିକାଳି ମହାଙ୍ଗା ଦରରେ ପରିବା ବିକ୍ରି କରି ପାରିବେ ନାହିଁ । ଯଦି ଏଭଳି କରୁଥିବାର ଧରା ପଡନ୍ତି ତେବେ ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରିଦିଆ ଯିବ ।
ସେ ଆହୁରି ମଧ୍ୟ କହିଛନ୍ତି କି, ବିଦେଶରୁ ୧୯,୩୧୩ ଜଣ ବ୍ୟକ୍ତି ତେଲେଙ୍ଗାନାକୁ ଆସିଛନ୍ତି । ସେମାନେ ସମସ୍ତଙ୍କର ପାସପୋର୍ଟକୁ ଜବତ କରାଯିବ ଏବଂ ତାଙ୍କୁ କ୍ୱାରଂଟାଇନ୍ ରେ ରଖାଯିବ ।