ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ତୃତୀୟ ପର୍ଯାୟ ଲକ ଡାଉନକୁ କେନ୍ଦ୍ର ସରକାର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ସ୍ୱତନ୍ତ୍ର ଗାଇଡ ଲାଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ମାତ୍ର ତେଲେଙ୍ଗାନା ସରକାର ଏବେ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି ।
ଲକ ଡାଉନକୁ ଆସନ୍ତା ମେ ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ଏନେଇ ଗତକାଲି ସୂଚନା ଦେଇଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ଏହି ଲକ ଡାଉନ ଅବଧି ବଢାଇବାରେ ଏବେ ପ୍ରଥମ ରାଜ୍ୟ ହୋଇଛି ତେଲେଙ୍ଗାନା । ସେପଟେ ତେଲେଙ୍ଗାନାରେ ଏବେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି ।
ସୂଚନାଯୋଗ୍ୟ ତେଲେଙ୍ଗାନାରେ ଏବେ ମୋଟ ପଜିଟିଭ ସଂଖ୍ୟା ୧ ହଜାର ୮୫ ରହିଛି । ମୃତ୍ୟୁ ସଂଖ୍ୟା ୨୫ ରହିଛି । ରାଜ୍ୟରେ ଏବେ ଲକ ଡାଉନ ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ( କେସିଆର) ।