ହାଇଦ୍ରାବାଦ ( ଏଟିଆର ବ୍ୟୁରୋ): ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟରକୁ ନେଇ ଆଜି ତେଲେଙ୍ଗାନା ପୋଲିସ ଏକ ସାମ୍ବାଦିକ ସମ୍ମୀଳନି କରିଛନ୍ତି । ଏହି ଏନକାଉଣ୍ଟରକୁ ନେଇ ସେ କହିଛନ୍ତି ତଦନ୍ତ ପାଇଁ ସେମାନେ ଆରୋପୀଙ୍କୁ ମୃତ ଦେହ ମିଳିଥିବା ସ୍ଥାନକୁ ନେଇଥିଲା । ସେଠାରେ ସେମାନେ ପୋଲିସ ଠାରୁ ଖସିଯିବା ପାଇଁ ପୋଲିସ ହତିଆର ଛଡାଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ପୋଲିସ ୪ ଜଣଙ୍କ ଉପରକୁ ଗୁଳି ଚଳାଇଥିଲା । ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ଏବେ ମୃତ ଦେହ ହସପିଟାଲ ପଠାଇ ଦିଆଯାଇଛି ।
ଏନେଇ ସୂଚନା ଦେଇଛନ୍ତି ଏନକାଉଣ୍ଟର ସ୍ପେସାଲିଷ୍ଟ କମିଶନର ଭିସି ସଜନର । ସୂଚନାଯୋଗ୍ୟ ଆଜି ପୁଲିସ ଏନକାଉଣ୍ଟରରେ ସଫା ହୋଇଛନ୍ତି ୪ ଦୁଷ୍କର୍ମକାରୀ । ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁର୍ଷ୍କମ ଏବଂ ତାପରେ ପୋଡି ଜାଳି ଦେଇଥିବା ଦୁଷ୍କର୍ମକାରୀଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି । ପୋଲିସକୁ ଚକମା ଦେଇ ଖସି ପଳାଉଥିବା ବେଳେ ୪୪ ନମ୍ବର ଜାତୀୟ ରାଜପଥ ଚେତନାପଲି ଓଭରବ୍ରିଜ୍ ଠାରେ ପୋଲିସ୍ ତାଙ୍କୁ ଏନକାଉଣ୍ଟର କରିଛି । ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।