ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତରେ ବନ୍ଦ ହେବନାହିଁ ବିଏସଏନଏଲ କମ୍ପାନୀ । ଭାରତ ବିଏସଏନଏଲକୁ ବନ୍ଦ କରିବା ସପକ୍ଷରେ ନାହିଁ । ଏନେଇ ସୂଚନା ଦେଇଛନ୍ତି ବିଏସଏନଏଲର ସଚିବ । ଏକ ସାମ୍ବାଦିକ ସମ୍ମୀଳନୀରେ ସଚିବଙ୍କୁ ବିଏସଏନଏଲ ବନ୍ଦ ହେବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସଚିବ ଏହା କହିଛନ୍ତି । ବିଏସଏନଏଲ ବନ୍ଦ ହୋଇଯିବ ଏମିତି ଯେଉଁ ଖବର ଏବେ ସାଧାରଣରେ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭିତିହୀନ ଏଥିରେ କୌଣସି ସତ୍ୟତା ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଖୁବ ଶୀଘ୍ର ସରକାର କମ୍ପାନୀର ପୁନଃ ଉଦ୍ଧାର କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଗତ ଜୁଲାଇ ମାସରେ ହୋଇଥିବା ଏକ ବୈଠକରେ ବିତ ମନ୍ତ୍ରୀ ନର୍ମଳା ସୀତାରମଣ ଓ ଦୁର ସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ଆଷଳାଚନା ମଧ୍ୟ କରିଛନ୍ତି ।
ସୂଚନା ଅନୁସାରେ ଦୁରସଂଚାର ନିଗମର ପୁନଃ ଉଦ୍ଧାର କରିବା ପାଇଁ ପାଖାପାଖି ୭୪୦୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଯଦି ଏହାକୁ ସରକାର ବନ୍ଦ କରିବାକୁ ଚେଷ୍ଟା କରନ୍ତି ତେବେ ସରକାରଙ୍କୁ ୯୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେଣୁ ଖୁବ ଶୀଘ୍ର ସରକାର ବିଏସଏନଏଲର ପୁନଃ ଉଦ୍ଧାର କରି ପାରନ୍ତି ।