ଶ୍ରୀନଗର (ଏଟିଆର ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀର ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଏହା ପରେ ପାକିସ୍ତାନର ଆତଙ୍କି ସଂଗଠନ ମାନେ ବିଚଳିତ ହୋଇ ପଡିଛନ୍ତି । ଆତଙ୍କବାଦ ସଂଗଠନ ମାନେ ଭାରତରେ ବଡ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରିବାରେ ଲାଗିପଡିଛନ୍ତି । ତେବେ କିଛି ଦିନ ତଳେ ଆତଙ୍କବାଦି ମାନଙ୍କର ଏକ ଚିଠି ମିଳି ଥିଲା । ଯେଉଁ ଚିଠିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବିରାଟ କେହିଲିଙ୍କ ନାମ ଲେଖାଯାଇଥିଲା । ଏହି ଚିଠିରୁ ଜଣାପଡୁଥିଲା ଯେ ଆତଙ୍କବାଦୀ ମାନେ ଏହି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଟାର୍ଗେଟରେ ରଖିଛନ୍ତି ।
ତେବେ ଜାମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯିବା ପରେ କିଛି ଦିନ ତଳେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଏହାର ଉପ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳକୁ ବିକାଶର ମାର୍ଗରେ ନେବା ଗିରୀଶଙ୍କ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ବର୍ତ୍ତମାନ ଗିରୀଶ ଅତଙ୍କବାଦୀଙ୍କ ଟାର୍ଗେଟରେ ଆସିଛନ୍ତି । ସୁଚନା ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଜାମ୍ମୁ-କାଶ୍ମୀର ପୋଲିସକୁ ଗିରୀଶଙ୍କୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଥିବା କଥା ଜଣାଇ ଦିଆଯାଇଛି । ତେବେ ଏହା ପରେ ଗିରୀଶଙ୍କ ସୁରକ୍ଷା ବଳୟକୁ ବଢାଇ ଦିଆଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।