ଶ୍ରୀନଗର ( ଏଟିଆର ବ୍ୟୁରୋ): ଜମ୍ମୁକାଶ୍ମୀରରେ ଆଜି ପୁଣି ଆତଙ୍କୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିଛନ୍ତି । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିୟମରେ ୨ ଜଣ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି । ତେବେ ହୋଇଥିବା ଆଜିର ଆକ୍ରମଣରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ଶ୍ରୀନଗର ନୌଗାମ ବାଇପାସରେ ପୋଲିସ ଉପରେ ଆତଙ୍କୀ ହମଲା କରିଥିଲେ ।
ସେପଟେ ଗତ ୨ ଦିନ ତଳେ ଜାମ୍ମୁକାଶ୍ମୀରର ବାରିମୂଳ ସୋପରରେ ସୁରକ୍ଷାବଳ ଉପରେ ଆତଙ୍କୀ ହମଲା ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଥିଲେ । ଏବେ ସୁରକ୍ଷା ବଳ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।