ଜମ୍ମୁ କାଶ୍ମୀର ( ଏଟିଆର ବ୍ୟୁରୋ) : ଜମ୍ମୁ କାଶ୍ମିରରେ ସୋପିଆନ ଜିଲ୍ଲାରେ କିଛି ଆତଙ୍କବାଦି ଆତ୍ମଗୋପନ କରିଥିଲେ । ସୁରକ୍ଷାବଳଙ୍କୁ ସୂଚନା ମିଳିବା ପରେ ସେମାନେ ତଲଏାସି କରିବା ବେଳେ ଆତଙ୍କବାଦୀ ସୁରକ୍ଷାବଳଙ୍କ ଉପରକୁ ଗୁଳି ବର୍ଷା କରିଥିଲେ । ଯାହାର ପ୍ରତିବାଦରେ ସୁରକ୍ଷାକର୍ମୀ ମଧ୍ୟ ଆତଙ୍କବାଦିଙ୍କୁ ଗୁଳିଚାଳନା କରିଥିଲେ । ସୁରକ୍ଷା କର୍ମୀଙ୍କ ଗୁଳିରେ ଏକ ଆତଙ୍କବାଦ ନିପାତ ହୋଇଛି ।
ଏକ ଜାତୀୟ ଖବର ସରବରାହ ସସ୍ଥା ରିପୋର୍ଟ ଅନୁସାରେ ସୋଫିଆନ ଜିଲ୍ଲାର ଇମାମସାହେବ ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବଳଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଭିତ୍ତି କରି ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ । ଅପରେସନ ବେଳେ ଲୁଚିଥିବା ଆତଙ୍କବାଦୀ ମାନେ ସୁରକ୍ଷାବଳଙ୍କ ଉପରକୁ ଗୁଳିଚାଳନା କରିଥିଲେ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ସୁରକ୍ଷାକର୍ମୀ ନିପାତ ଆତଙ୍କବାଦୀ ଠାରୁ ବିପୁଳ ପରିମାଣରେ ଗୁଳିଗୋଳା ଜବତ କରିଛନ୍ତି ।
ମୃତ ଆତଙ୍କବାଦୀର ନାମ ଲତିଫ ବୋଲି ଜଣାପଡିଛି । ଲତିଫ ହିଜବୁଲ ମୁଜାହିଦନର ସକ୍ରିୟ ସଦସ୍ୟ ବୋଲି ଜଣାପଡିଛି । ଜମ୍ମୁ କାଶ୍ମୀରକୁ ଭାରତକୁ ଅଲଗା କରିବା ପାଇଁ ଆତଙ୍କବାଦୀ ମାନେ ସବୁବେଳେ କିଛି ନାଁ ଯୋଜନା କରୁଛନ୍ତି । କେତେକ ଅଞ୍ଚରେ ଲୋକଙ୍କୁ ଭାରତ ବିରୋଧି କରିବା ଠାରୁ ଆରମ୍ଭ କରି ଭାରତରେ ବିଷ୍ପୋରଣ କରିବା ପାଇଁ ଆତଙ୍କବାଦୀମାନେ ଭାରତକୁ ପ୍ରବେଶ କରି ଆତ୍ମଗୋପନ କରିଥାନ୍ତି ।