ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ ) : ଜାମ୍ମୁକାଶ୍ମୀରରୁ ୩୭୦ ହଟିବା ପରେ ଏବେ ଆତଙ୍କବାଦିଙ୍କ ଟାର୍ଗେଟରେ ରହିଛି ଭାରତର ବଡବଡ ସହର । ତେବେ ଏହି ଭିତରେ ଆଉ ଏକ ବଡ ରାୟ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି । ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅଯୋଧ୍ୟା ମାମଲାରେ ଖୁବ ଶୀଘ୍ର ରାୟ ପ୍ରକାଶ ପାଇପାରେ । କାରଣ ଅଯୋଧ୍ୟା ମାମଲାରେ ସମସ୍ତ ଶୁଣାଣୀ ସରିଥିବା ବେଳେ କେବଳ ରାୟ ସଂରକ୍ଷିତ ରହିଛି । ଯାହା ଖୁବ ଶୀଘ୍ର ପ୍ରକାଶ ପାଇପାରେ ।
ଏହି ସମୟରେ ଆତଙ୍କବାଦି ମାନେ ୟୁପି ଉପରେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ସାତ ଜଣ ଆତଙ୍କବାଦି ବାବା ବେଶରେ ୟୁପିର ବିଭିନ୍ନ ସହରରେ ବୁଲୁଥିବା ସୂଚନା ମଳିଛି । ଏହି ସୂଚନା ମିଳିବା ପରେ ପୁରା ୟୁପିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବସଷ୍ଟାଣ୍ଡ, ଧର୍ମଶାଳା, ଧର୍ମପୀଠ ଆଦି ସ୍ଥାନରେ ପୁଲିସ ପହରା ଦିଆଯାଇଛି । ଏହି ସାତଜଣ ଆତଙ୍କବାଦି ପାକିସ୍ତାନ ଦ୍ୱାରା ପରିଚାଳିତ ହେଉଥିବା ସୂଚନା ମିଳିଛି । ଏମାନଙ୍କ ଟାର୍ଗେଟରେ ଏବେ ରହିିିଛି ଉତ୍ତରପ୍ରଦେଶ ।