ଶ୍ରୀନଗର (ଏଟିଆର ବ୍ୟୁରୋ): ଆତଙ୍କବାଦୀମାନେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ସହ ଦେଶ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହାସହ ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୋହଲେଇବାକୁ ଚେଷ୍ଟା କରୁଛନ୍ତି । ବାରମ୍ବାର ସୀମା ମଧ୍ୟରେ ଅନୁପ୍ରବେଶ କରିବା ଫଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବର୍ଷା ହେଉଛି । ସେହିଭଳିଭାବରେ ଆଜି ସକାଳେ ଶ୍ରୀନଗର ସ୍ଥିତ ଲାବୋପୋରାରେ ଥିବା ଚେକ ପୋଷ୍ଟ ନିକଟରେ ହଠାତ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣର ଦୃଢ ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳିବର୍ଷା କରିଥିଲେ । ତେବେ ଏହି ସମୟରେ ସିଆରପିଏଫର ଜଣେ ଯବାନଙ୍କ ଦେହରେ ଗୁଳିମାଡ ହେବାରୁ ସେ ଶହୀଦ ହୋଇଯାଇଥିଲେ । ଅନ୍ୟପଟେ ଦୁଇଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ନିହତ ହୋଇଥିବା ସୂଚନା ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ଥାନରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ଅନୁମାନ କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏବେବି ସର୍ଚ୍ଚ ଅବରେଶନ ଜାରି ରହିଥିବା ସୂଚନା ମିଳଛି । ସୁରକ୍ଷାକର୍ମାମାନେ ଆହତ ହୋଇଥିବା ଜଣେ ଆତଙ୍କବାଦୀଙ୍କୁ ଧରିଛନ୍ତି ବୋଲି ଜଣାପଡିଛି ।