ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଶେଷ ହେଉଛି ଅନଲକ୍ ୧ । ଆସନ୍ତାକାଲିଠୁ ଲାଗୁ ହେବାକୁ ଯାଉଛି ଅନଲକ୍ ୨ । ସେଥିପାଇଁ କେନ୍ଦ୍ରସରକାର ଅନଲକ୍ ୨ ପାଇଁ ଏକ ଗାଇଡ ଲାଇନ୍ ଜାରି କରିଛନ୍ତି । ଅନଲକ୍ ୨ ର ଅବଧି ଜୁଲାଇ ୩୧ ଯାଏଁ ଜାରି ରହିବ ।
କେନ୍ଦ୍ରର ନୂତନ ଗାଇଡ ଲାଇନ୍ ଅନୁସାରେ ,
– ଜୁଲାଇ ୩୧ ଯାଏଁ ଦେଶରେ ସମସ୍ତ ସ୍କୁଲ, କଲେ. କୋଚିଙ୍ଗ ସେଣ୍ଟର ଆଦି ବନ୍ଦ ରହିବ । ଏହାବ୍ୟତିତ ଡିଷ୍ଟାନ୍ସ ଲର୍ଣ୍ଣିଂ ଏବଂ ଅନଲାଇନ୍ ପାଠପଢା ଜାରି ରହିବ ।
– ରାତି ୧୦ଟା ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ପାଇଁ ଅନୁମତି ଦିଆଯାଇଛି ।
– ସାର୍ବଜନିକ ସ୍ଥଳ, କାର୍ଯ୍ୟସ୍ଥଳ ଏବଂ ପରିବହନ ସମୟରେ ଫେସମାସ୍କ ବାଧ୍ୟତାମୂଳକ ।
– ମେଟ୍ରୋ ଟ୍ରେନ୍, ସିନେମା ହଲ୍, ସ୍ୱିମିଙ୍ଗ ପୁଲ୍, ଜିମ୍, ପାର୍କ, ଥିଏଟର, ବାର, ଅଡିଟୋରିୟମ, ଆସେମ୍ବଲି ହଲ ଆଦି ବନ୍ଦ ରହିବ ।
– ଅର୍ନ୍ତଜାତୀୟ ବିମାନ ଯାତ୍ରା ବନ୍ଦ । ସେହି ବ୍ୟକ୍ତି ଯାତ୍ରା କରି ପାରିବେ ଯେଉଁମାନଙ୍କା ଗୃହମନ୍ତ୍ରାଳୟ ଅନୁମତି ଥିବ ।
– କୌଣସି ସାମାଜିକ, ଧାର୍ମିକ, ରାଜନୈତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ।
– ସମସ୍ତ ଘରୋଇ ବିମାନ ଓ ପାସେଞ୍ଜର ଟ୍ରେନ୍ ପୂର୍ବ ଭଳି ସୀମିତ ଭାବେ ଅନୁମତି ମିଳିବ ।
– ଅନଲକ୍ ୨ ର ଅବଧି ଜୁଲାଇ ୩୧ ଯାଏଁ ରହିବ ।