ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଏବେ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ସେହି ଅନୁଯାୟୀ ଏବେ ଟ୍ରେନ୍ ବଗି କୁ କରୋନା ଆଇସୋଲେସନ ସେଣ୍ଟର କରାଯିବ ।
ରିପୋର୍ଟ ମୁତାବକ, ଭାରତୀୟ ରେଲୱେ ନିକଟରେ ୫୦ ରୁ ୬୦ ହଜାର କୋଚ୍ ରହିଛି । ବର୍ତ୍ତମାନ କେବଳ ୨୦ ହଜାର କୋଚ୍ କୁ ଆଇସୋଲେସନ ସେଣ୍ଟର କରିବାକୁ ନେଇ ବିଚାର କରାଯାଉଛି ।
୨୦ ହଜାର କୋଚ୍ କୁ ଆଇସୋଲେସନ ସେଣ୍ଟର କରିବା ପରେ ଆବଶ୍ୟକ ପଡିଲେ ଏହି କୋଚ୍ ରେ କରୋନା ରୋଗୀଙ୍କୁ ବି ରଖାଯିବ । ସେଥିପାଇଁ ସେହି କୋଚ୍ ଗୁଡିକୁ ସାନିଟାଇଜ୍ କରାଯାଉଛି । କୋଚ୍ ଗୁଡିକୁ ସାନିଟାଇଜ୍ କରିବା ପରେ ସମସ୍ତ ଟ୍ରେନ୍ କୁ ଆରପିଏଫ୍ ଅଧିନରେ ଦିଆଯିବ ।
ଅନ୍ୟପଟେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, କରୋନାରୁ ରକ୍ଷା ପାଇବା ପାଇଁ ରକ୍ଷାମନ୍ତ୍ରାଳୟ ଅଧୀନ କାର୍ଯ୍ୟରତ ସଂସ୍ଥା ଡିଆରଡିଓ ଲ୍ୟାବରେ ବି ସାନିଟାଇଜର ପ୍ରସ୍ତୁତ କରାଯାଉଛି । ଏପର୍ଯ୍ୟନ୍ତ ୨୦ ହଜାର ଲିଟର ସାନିଟାଇଜର ପ୍ରସ୍ତୁତ ହୋଇ ସାରିଲାଣି ।