ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାତିରେ ମୁସଲମାନ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଧେୟକ ୨୦୧୯ କୁ ମଞ୍ଜର ଦେଇଦେଇଛନ୍ତି । ଏବେ ମୌଖିକ, ଲିଖିତ କିମ୍ବା ଅନ୍ୟ ମାଧ୍ୟମରେ ତିନି ତଲାକ ଦେବା ଆଇନ ଅପରାଧ ହେବ ।
ଲୋକସଭା ନିର୍ବାଚନ ୨୦୧୯ ପରେ ପ୍ରଥମ ସଂସଦ ରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ପରିଚର୍ଚ୍ଚାକୁ ନେଇ ଗତ ଜୁନ ୨୫ ରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ତାର ଭୁଲ୍ ସୁଧାରିବା ପାଇଁ ଅପିଲ କରିଥିଲେ । ସେ କହିଥିଲେ କି ମହିଳା ସଶକ୍ତିକରଣ ପାଇଁ କଂଗ୍ରେସକୁ ବଡ ମଉକା ମିଳିଛି, କିନ୍ତୁ ସେ ପ୍ରତ୍ୟେକ ଥର ପଛ ଘୁଞ୍ଚା ଦେଇଛନ୍ତି । ୧୯୫୦ ଦଶକରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଲାଗିଥିବା ବିବାଦରେ ସେ ପ୍ରଥମ ମଉକା ହାତଛଡା କରିଥିଲେ । ଏହାର ୩୫ ବର୍ଷ ପରେ ଶାହବାନୋ କେସରେ ସେ ମଉକା ହରାଇଥିଲେ । ଏବେ ତିନି ତଲାକ ବିଲ ରୂପେ ତାଙ୍କ ପାଖରେ ଆଉ ଏକ ମଉକା ରହିଛି ।
ଗତ ସପ୍ତାହ ଲୋକସଭାରେ ବହୁମତ ସହିତ ଏହି ବିଲ ପାସ୍ ହେବା ପରେ ରାଜ୍ୟସଭାରେ ଚତୁର୍ଥ ଥର ଏହି ବିଲ୍ କୁ ପାସ୍ ହେବାକୁ ନେଇ ସଂଶୟ ଥିଲା । କାରଣ ଉଚ୍ଚସଦନରେ ସରକାରଙ୍କ ପାଖରେ ବହୁମତ ନାହିଁ । ଏହାବ୍ୟତିତ ବିପକ୍ଷ ଦଳ ର ବିଛିନ୍ନତା ଏବଂ ମିତ୍ର ଦଳର ସହାୟତା ଦ୍ୱାରା ଏହି ବିଲ୍ ପାସ୍ ହୋଇଯାଇଛି ।