ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଟିପ୍ପଣୀ ଦିଆଯାଇଛି । କୁହାଯାଇଛି କି ଦେଶରେ କରେନା ସ୍ଥିତି ବିଗିଡିବାରେ ଲାଗିଛି । ଏକ ପିଟିସନ୍ ର ଶୁଣାଣି କରି ଜଷ୍ଟିସ ଆରଏଏଫ୍ ନରୀମନ କହିଛନ୍ତି କି ଦେଶରେ କରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।
ପଞ୍ଜାବର ବ୍ୟବସାୟୀ ଜଗଜିତ୍ ସିଂହ ଚହଲଙ୍କ ପାରୋଲ ମାମଲାରେ ଜଷ୍ଟିସ୍ ଆରଏଏଫ ଶୁଣାଣି କରି ଏହି ଟିପ୍ପଣୀ ଦେଇଛନ୍ତି । କୋର୍ଟ ଜଗଜିତ୍ ସିଂହ ଚହଲଙ୍କ ପାରୋଲରେ ଛାଡିବାର ଆଦେଶ ଦେଇ କହିଛନ୍ତି ଯେ କାହାରିକୁ ପୁନର୍ବାର ଜେଲ କିଭଳି ପଠାଇ ପାରିବେ । କାରଣ ଜେଲରେ ଅଧିକ କଏଦୀ ଅଛନ୍ତି । କଏଦୀଙ୍କୁ ପୁର୍ନବାର ଜେଲ ପଠାଇବା ଏବେ କୌଣସି ଅର୍ଥ ନାହିଁ ।