ନୂଆଦିଲ୍ଲୀ (ଏଟଇଆର ବ୍ୟୁରୋ): କରୋନା ସଙ୍କଟ ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ଅବସରରେ ଅନେକ ନିୟମର ପରିବର୍ତ୍ତନ ହେଉଛି । କିଛି ନିୟମ ଆପଣଙ୍କୁ ଆଶ୍ୱସ୍ତି ଦେଉଛି ତ ପୁଣି କିଛି ନିୟମରେ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡୁଛି । ସେହିପରି ଆଜିଠାରୁ କିଛି ନିୟମ ପରିବର୍ତ୍ତନ ହେଉଛି । ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ଆଜିଠାରୁ ପରିବର୍ତ୍ତନ ହେଉଥିବା କିଛି ନିୟମ ବିଷୟରେ..
ଡିପୋଜିଟ କୁ ଆକର୍ଷିତ କରିବା ପାଇଁ ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଙ୍ଗଳବାର ସେଭିଙ୍ଗ ଆକାଉଣ୍ଟ ଉପରେ ସୁଧ ଦର ବୃଦ୍ଧି କରିଛି । ଏହି ବ୍ୟାଙ୍କ ଏକ ଲକ୍ଷ ଟଙ୍କାରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ ଉପରେ ସୁଧ ଦର ୫.୫ ପ୍ରତିଶତରୁ ବଢାଇ ୭ ପ୍ରତିଶତ କରିଦେଇଛି । ଏହି ନୂତନ ଦର ୧୦ ଜୁନ୍ ମାନେ ଆଜିଠାରୁ ଲାଗୁ ହେବ ।
ଏସବିଆଇ ତାର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେଷ୍ଟ ଲେଡିଙ୍ଗ ରେଟ୍ସ (ଏମସିଏଲଆର)ରେ ୨୫ ଆଧାର ଅଙ୍କ ମାନେ ୦.୨୫ ପ୍ରତିଶତ ହ୍ରାସ କରିଛି । ଏହାପରେ ଗୋଟେ ବର୍ଷର ଏମସିଏଲଆର ହ୍ରାସ ହୋଇ ୭ ପ୍ରତିଶତ ହୋଇ ଯାଇଛି । ଏହି ଦର ଆଜିଠୁ ଲାଗୁ ହେବ । ଏସବିଆଇ ଦ୍ୱାରା ସୁଧ ଦରରେ ହ୍ରାସର ଫାଇଦା ଋଣ ନେଉଥିବା ଗ୍ରାହକଙ୍କୁ କମ୍ ଇଏମଆଇ ରୂପେ ମିଳିବ । ଯଦି କୌଣସି ଗ୍ରାହକ ଏସବିଆଇ ରୁ ୩୦ ବର୍ଷ ପାଇଁ ୨୫ ଲକ୍ଷର ଋଣ ନେଇଥିବେ ତେବେ ଏମସିଏଲଆର ରେ ହ୍ରାସରେ ପ୍ରତ୍ୟେକ ମାସ ୪୨୧ ଟଙ୍କା କମ ଇଏମଆଇ ଦେବାକୁ ପଡିବ ।
ଚୀନ୍ ଜିନିଷ ବହିଷ୍କାରକୁ ନେଇ କଂଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଆଜିଠୁ ଏକ ବଡ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଯାହାଦ୍ୱାରା ୭ କୋଟିରୁ ଅଧି କ୍ଷୁଦ୍ର ବେପାରୀ ବିଦେଶୀ ଉତ୍ପାଦର ଷ୍ଟକ ଶେଷ ହେବା ପରେ ଆଉ ନୂତନ ଉତ୍ପାଦ ଆଣିବେ ନାହିଁ । ଚୀନ ଦ୍ୱାରା ଉତ୍ପାଦିତ ୩ ହଜାର ଜିନିଷର ତାଲିକା ପ୍ରସ୍ତୁତ କରିଛି ସିଏଆଇଟି । ଯେଉଁଥିରେ ସାବୁନ୍, ଟୁଥପେଷ୍ଟ, ଖେଳନା, ଘର ସାଜସଜା ଜିନିଷ ସାମିଲଅଛି । ଏନେଇ ସିଏଆଇଟି ପକ୍ଷରୁ କୁହାଯାଇଛି କି ଆମର ଲକ୍ଷ୍ୟ ରହିଛି କି ୨୦୨୧ ମସିହା ଡିସେମ୍ବର ସୁଧା ଚୀନ ଜିନିଷ ଆୟତରେ ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କା କମ କରି ଦିଆଯିବ ।
ଦିଲ୍ଲୀରେ ମଦ ଉପରେ ଲଗାଯାଇଥିବା ୭୦ ପ୍ରତିଶତ ସ୍ପେଶାଲ କରୋନା ଫି ହଟିଯିବ । କିନ୍ତୁ ଭ୍ୟାଟ ୨୦ ପ୍ରତିଶତରୁ ବଢାଇ ୨୫ ପ୍ରତିଶତ କରି ଦିଆଯାଇଛି । ଆଚିଠାରୁ ଏହି ନୂତନ ଦର ଲାଗୁ ହେବ ।