ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସୋସିଆଲ ମିଡିଆ ଏକ ପ୍ରକାର ମାଧ୍ୟମ ପାଲଟିଛି । ଏହି ମାଧ୍ୟ ସାହାଯ୍ୟରେ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡି ହୋଇଥାନ୍ତି । ଏହାସହିତ ସୋସିଆଲ ମିଡିଆ ଯେତିକି ମାତ୍ରାରେ ଉପଯୋଗୀ ସେତିକି ହାନିକାରକ ମଧ୍ୟ । କାରଣ ଅନେକ ସମୟରେ ଲୋକଙ୍କୁ ସୋସିଆଲ ମିଡିଆରୁ ଧମକପୂର୍ଣ୍ଣ ମେସେଜ୍ ମଧ୍ୟ ଆସିଥାଏ । ଯଦି ଆପଣଙ୍କ ପାଖକୁ ଏଭଳି କିଛି ଧମକପୂର୍ଣ୍ଣ ମେସେଜ୍ ଆସୁଛି ତେବେ ଏହାକୁ ବିଲକୁଲ୍ ଅଣଦେଖା କରନ୍ତୁ ନାହିଁ । ବରଂ ଏହା ବିରୋଧରେ ଅଭିଯୋଗ କରିବା ଉଚିତ୍ । ତେବେ ଆଜି ଆମେ ଆପଣମାନଙ୍କୁ କହିବାକୁ ଜାଉଛୁ କି, ସୋସିଆଲ ମିଡିଆରୁ ଆସୁଥିବା ଧମକ ଏବଂ ମେସେଜ୍ ପାଇଁ କେଉଁ ସ୍ଥାନରେ ଅଭିଯୋଗ ଦାଖଲ କରିବେ ।
If anyone is receiving abusive/offensive/death threats/ vulgar whatsapp messages ,please send screen shots of the message along with the mobile numbers at ccaddn-dot@nic.in
We will take it up with the telecom operators and police heads for necessary action.
— Ashish Joshi (@acjoshi) February 22, 2019
ଯଦି ଆପଣଙ୍କ ପାଖକୁ କୌଣସି ଆପତ୍ତିଜନକ ମେସେଜ୍ କିମ୍ବା ଧମକ ଆସୁଛି ତେବେ ଆପଣ ଦୂର ସଂଚାର ବିଭାଗ ପାଖରେ ଅଭିଯୋଗ ଦାଖଲ କରି ପାରିବେ । ସେଥିପାଇର୍ ଆପଣଙ୍କୁ ମେସେଜ୍ ମିଳିବାର ତୁରନ୍ତ ବାଦ୍ ଅଭିଯୋଗ ଦାଖଲ କରିବା ଉଚିତ୍ । ଯାହାଫଳରେ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଇ ଅପରାଧୀକୁ ଧରାଯାଇ ପାରିବ ।
ଏହି ମାମଲାରେ ଦୂର ସଂଚାର ବିଭାଗ ଅଭିଯୋଗ ଅଧାରରେ ତୁରନ୍ତ ଆକ୍ସନ ନେଇଥାଏ ଏବଂ ଆବଶ୍ୟକ ପଡିଲେ ଏହି ମାମଲାକୁ ଟେଲିକମ୍ କମ୍ପାନୀ ଏବଂ ପୋଲିସ୍ ପାଖକୁ ପଠାଇ ଥାଏ । ସେଥିପାଇଁ ଯଦି ଆପଣଙ୍କଠାରେ ବି ଏଭଳି ପରିସ୍ଥିତ ଉପୁଜୁଥାଏ ତେବେ ବିଲକୁଲ ଡେରି ନକରି ଅଭିଯୋଗ ଦାଖଲ କରନ୍ତୁ ।