ଜମ୍ମୁକାଶ୍ମୀର(ଏଟିଆର ବ୍ୟୁରୋ): ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ସୂଚନା ଅନୁସାରେ ଗୁଇନ୍ଦା ବିଭାଗ ପୁଲୱାମାର କାଙ୍ଗାନ ଡାଡୁ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ସୁରକ୍ଷା ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ନ୍ୟାସନାଲ ରାଇଫଲ୍ସ, ସେଣ୍ଟ୍ରଏ ରିଜର୍ଭ ପୋଲିସ ଫୋର୍ସ ଓ ଜାମ୍ମୁ କାଶ୍ମୀର ପୋଲିସ ସ୍ପେଶାଲ ଅପରୋସନ ଗ୍ରୁପ ପକ୍ଷରୁ ଡାଡୁ ଅଞ୍ଚଳକୁ ଚାରିପଟୁ ନାକାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହା ପରେ ଅତଙ୍କବାଦୀ ଓ ସୁରକ୍ଷା ବିହିନୀ ମୁହାଁମୁହିଁ ହୋଇଥିଲେ ।
#UPDATE Three terrorists have been neutralised in the encounter that broke out between terrorists & security forces in Kangan area of Pulwama, earlier today. Arms and ammunition recovered. More details awaited: J&K Police (Visuals deferred by unspecified time) https://t.co/IgMbGMcKGA pic.twitter.com/qUb0D4eKDO
— ANI (@ANI) June 3, 2020
ଧରାପଡି ଯିବା ଭୟରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାରିଥିଲେ । ଏହାର ପଳଟା ଜବାବ ସୁରକ୍ଷାକର୍ମୀଙ୍କ ତରଫରୁ ଦିଆଯାଇଥିଲା । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଜୈଶ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି । ଏହା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରୋସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ମାନେ । ଅନ୍ୟପଟେ ଗୁଜବ ରୋକିବା ପାଇଁ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଲୋକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।