ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଆସନ୍ତା ଫେବୃଆରୀ ୧ ତାରିଖରେ ଫାଶୀ ଦିଆଯିବ । ଏଥିପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ସାରିଛି । ଏହି ଅବସରରେ ତିହାର ଜେଲ କତ୍ତୃପକ୍ଷ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପୂର୍ବରୁ ସେମାନଙ୍କ ପରିବାର ଲୋକ ସେମାନଙ୍କୁ ଭେଟିବା ପାଇଁ ନୋଟିସ ଦେଇଛନ୍ତି । ଏହି ପତ୍ରରେ ଦର୍ଶାଯାଇଛି ପରିବାର ଲୋକ ଇଚ୍ଛା ପ୍ରକାଶ କଲେ ସେମାନେ ଅଭିଯୁକ୍ତଙ୍କୁ ଶେଷ ଦେଖା କରିପାରିବେ ।
ସୂଚନା ଅନୁସାରେ ଜେଲ ନିୟମାନୁଯାୟୀ ଫାଶୀ ଦିଆଯିବାର ୭ ଦିନ ପୁର୍ବରୁ ଜେଲ ପକ୍ଷରୁ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଚିଠି ଦିଆଯିବ । ଯାହା ତିଆର ଜେଲ ପକ୍ଷରୁ ଅଭିଯୁକ୍ତ ପରିବାରକୁ ଦିଆଯାଇଛି । ସେହିଭଳି ମୃତ୍ୟୁ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ତାଙ୍କର ଶେଷ ଇଚ୍ଛା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ଅନ୍ୟପଟେ ଅଭିଯୁକ୍ତମାନେ ମଧ୍ୟ ଏନେଇ ଜେଲ କତ୍ତୃପକ୍ଷଙ୍କୁ କୌଣସି ସୂଚନା ଦେଇ ନାହାନ୍ତି । ଫେବୃଆରୀ ୧ ତାରିଖ ସକାଳ ୬ ଟା ସମୟରେ ୬ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ।