ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସାମରେ ଭାରତର ନାଗରିକ ତାଲିକା ଆଜି ପ୍ରକାଶ ପାଇବ । କିଏ ଭାରତର ନାଗରିକ କିଏ ଅନୁପ୍ରବେଶକାରୀ ସେନେଇ ଆଜି ତାଲିକା ବାହାରିବ । ତେବେ ଏନେଇ ଆଜି ଜାମ୍ମୁକାଶ୍ମୀର ସମେତ ଗୌହାଟୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୂଚନାଯୋଗ୍ୟ ‘ଏନଆରସି” କେଉଁ ମାନେ ଭାରତର ନାଗରିକ ନୁହଁନ୍ତି ତାହାର ଏକ ତାଲିକା ପ୍ରକାଶ କରିଥାଏ ।
ଯେଉଁଥିରେ ଜଣା ପଡିବ ପକୃତରେ କେଉଁମାନେ ଭାରତର ନାଗରିକ ଏବଂ କିଏ ଭାରତରେ ଅନୁପ୍ରବେଶକାରୀ ଭାବେ ରହୁଛନ୍ତି । ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ଅବୈଧ ଭାବେ ଭାରତରେ ରହୁଥିବା ଲୋକଙ୍କୁ ସେମାନଙ୍କ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରାଯିବ । ପାଖାପାଖି ୪୧ ଲକ୍ଷ ଲୋକଙ୍କ ନାଗରିକତା ଉପରୁ ଏହା ମାଧ୍ୟମରେ ପର୍ଦା ଉଠିବ ।
ଗତ ୬ ବର୍ଷ ହେଲା ଭାରତକୁ ଅବୈଧ ଭାବେ ଅନୁପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କ ବିରୋଧରେ ଭାରତରେ ଜନ ଆନ୍ଦୋଳନ ଦେଖା ଦେଇଛି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଆଜି କାର୍ଯ୍ୟକାରୀ ହେବାକୁ ଯାଉଛି । ଭାରତୀୟ ଏବଂ ବିଦେଶୀ ନାଗରିକ ଚିହ୍ନଟ ତାଲିକା ଆଜି ୧୦ ଟାରେ ପ୍ରକାଶ ପାଇବ ।