ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୯୧ଟି ଦେଶକୁ ମାଡି ସାରିଲାଣି । ଏହା ସହ ପାଖାପାଖି ୩ ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ୪୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ୩ ବର୍ଷୀୟ ଶିଶୁ ସାମିଲ ଥିବାର ଜଣାପଡିଛି । ଏହି ଶିଶୁ କେରଳର ବୋଲି ଜଣାପଡିଛି । ଶିଶୁ ଜଣଙ୍କ ଇଟାଲୀ ଯାଇଥିଲେ । ସେଠାରୁ ଫେରିବା ପରେ କୋଚ୍ଚି ବିମାନ ବନ୍ଦରରେ ସ୍କ୍ରିନିଙ୍ଗ୍ ସମୟରେ ଶିଶୁ ଦେହରେ କରୋନା ସଂକ୍ରମଣ ଆଶଙ୍କା ଦେଖାଯାଇଥିଲା । ତେବେ ରକ୍ତ ପରୀକ୍ଷା କରିବା ପରେ ଶିଶୁ ଦେହରେ କରୋନା ଭାଇରସ ଥିବାର ଜଣାପଡିଛି । ବର୍ତ୍ତମାନ ଶିଶୁଟିକୁ କେରଳର ଏର୍ନାକୁଲମ ମେଡିକାଲ କଲେଜର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରିବା ପାଇଁ ଭର୍ତ୍ତି କରାଯାଇଛି ।
Sanjeeva Kumar, Special Secretary (Health), Union Health Ministry: Total 42 positive cases for #CoronaVirus have been reported till now. pic.twitter.com/wJOmZEEu2m
— ANI (@ANI) March 9, 2020
ସେହିଭଳି ଜାମ୍ମୁରେ ଜଣଙ୍କ ଶରୀରରେ କରୋନା ଭାଇରସ ଥିବାର ଜଣାପଡିଛି । ସେ ନିକଟରେ ଇରାନରୁ ଫେରିଥିଲେ । ତାଙ୍କୁ କରୋନା ହୋଇଥିବାର ସନ୍ଦେହ କରାଯାଇଥିଲା । ତେବେ ରକ୍ତ ପରୀକ୍ଷାର ରିର୍ପୋଟ ପଜେଟିଭ ଆସିଛି । ତେଣୁ ତାଙ୍କୁ ଜାମ୍ମୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପଟେ କରୋନା ରୋଗୀଙ୍କ ବୃଦ୍ଧି ସଂଖ୍ୟାକୁ ଦେଖି କେନ୍ଦ୍ର ସରକାର ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି । ଏହି ଆଡଭାଇଜରିରେ ଚୀନ, ଦକ୍ଷିଣକୋରିଆ, ଜାପାନ, ଇଟାଲୀ ସମେତ କିଛି ଦେଶର ନାଗରିକଙ୍କ ଭିସା ଉପରେ ରୋକ ଲଗାଯାଇଛି । କରୋନା ରୋଗୀଙ୍କ ବୃଦ୍ଧି ସଂଖ୍ୟାକୁ ଦେଖି ଲୋକ ମାନେ ଭୟଭିତ ହୋଇଯାଇଛନ୍ତି ।