ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତରେ କରୋନା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବଢି ଚାଲିଛି । ଏହି ଭାଇରସକୁ ଏପର୍ଯ୍ୟନ୍ତ ନିୟମନ୍ତ୍ରଣ କରାଯାଇ ପାରୁନି । ଇତିମଧ୍ୟରେ ଭାରତରେ କରୋନା ଭାଇରସର ସଂଖ୍ୟା ୮୧ ହଜାର ଟପିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର ୩୯୬୭ ନୂତନ ମାମଲା ସାମ୍ନାକୁ ଆସିଛି । ଏହାସହିତ ଏହି ସଂକ୍ରମଣରେ ୧୦୦ ଲୋକଙ୍କର ମୃତ୍ୟୁ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ସଂଖ୍ୟା ଅନୁଯାୟୀ ଭାରତରେ କରୋନା ଭାଇରସ ମାମଲା ୮୧୯୭୦ କୁ ଛୁଇଁଛି । ଏହାସହିତ କୋଭିଡ୧୯ରେ ଏପର୍ଯ୍ୟନ୍ତ ୨୬୪୯ ଜଣଙ୍କର ଜୀବନ ଗଲାଣି । ସେହିପରି କରୋନାର ମୋଟ ୮୧୯୭୦ ମାମଲାରୁ ୫୧୪୦୧ ମାମଲା ସକ୍ରିୟ ରହିଛି, ୨୭୯୨୦ ଜଣ ସୁସ୍ଥ ହୋଇଗଲେଣି ।