ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯାତ୍ରୀଙ୍କ ପାଇଁ ଜୁନ୍ ୧ ତାରିଖରୁ ଗଡିବ ଟ୍ରେନ୍ । ଏନେଇ ବୁଧବାର ରେଲୱେ ୧୦୦ ଯୋଡା ଯାତ୍ରୀ ଟ୍ରେନ୍ ର ତାଲିକା ଜାରି କରିଛି । ସେଥିରେ ଦୁରନ୍ତ, ସମ୍ପର୍କ କ୍ରାନ୍ତି, ଜନ ଶତାବ୍ଧି ଏବଂ ପୂର୍ବ ଏକ୍ସପ୍ରେସ ଭଳି ଟ୍ରେନ୍ ବି ସାମିଲ ଅଛି । ଏହି ଟ୍ରେନ୍ ଗୁଡିକରେ ଏସି ଏବଂ ନନ୍ ଏସି ଉଭୟ କୋଚ୍ ଉପଲବ୍ଧ ହେବ । ଏହାସହିତ ଏହି ଟ୍ରେନ୍ ଗୁଡିକର ସମସ୍ତ ଟିକେଟ ରିଜର୍ଭସେନ ହେବ ।
ରେଲୱେ ପକ୍ଷରୁ କୁହାଯାଇଛି କି, ଏହି ଟ୍ରେନ୍ ଗୁଡିକରେ ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ ଉପଲବ୍ଧ କରାଯିବ । ଏହି ଟ୍ରେନ୍ର ସଂଚାଳନ ଜୁନ୍ ୧ ତାରିଖରୁ ହେବ । ସେଥିପାଇଁ ଆଜି ସକାଳ ୧୦ ଟାରୁ ଆରମ୍ଭ ଟିକେଟ ରିଜର୍ଭେସନ । ଟ୍ରେନ୍ ପାଇଁ ଇ-ଟିକେଟ ଆଇଆରସିଟିସି ର ୱେବସାଇଟ ବା ମୋବାଇଲ ଆପ୍ ରେ ଜାରି କରାଯିବ । ସେଥିପାଇଁ କୌଣସି ରିଜର୍ଭେସନ କେନ୍ଦ୍ର ବା ରେଲୱେ ଷ୍ଟେସନରୁ କୌଣସି ଟିକେଟ ଜାରି କରାଯିବ ନାହିଁ ।