ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଗୁଗଲ ମ୍ୟାପ୍ସରେ ସାମିଲ ହୋଇଛି ଅନେକ ନୂତନ ଫିଚର୍ସ । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରର୍ଖି ଏହି ଫିଚର୍ସ ସବୁ ଯୋଡା ଯାଇଛି । ସେଥିମଧ୍ୟରୁ ଗୋଟେ ଫିଚର୍ସ ହେଉଛି ଲାଇଭ ଟ୍ରେନ୍ ଷ୍ଟାଟସ । ଏହି ଫିଚର ଜରିଆରେ ଆପଣ ଟ୍ରେନର ଆସିବା ସମୟ, ସେଡ୍ୟୁଲ, ବିଳମ୍ବ ଷ୍ଟାଟସ ଏବଂ ଅନ୍ୟାନ୍ୟ ସୂଚନା ବିଷୟରେ ଜାଣିପାରିବେ ।
ଏହି ଫିଚର ପାଇଁ ହୋୟାର ଇଜ୍ ମାଇଁ ଟ୍ରେନ୍ ଆପ୍ ସହ ଚୁକ୍ତି କରିଛି ଗୁଗଲ । ଏଠାରେ ଆପଣ ଗୁଗଲ ମ୍ୟାପ ଜରିଆରେ ଟ୍ରେନରେ ଲାଇଭ ଷ୍ଟାଟସ ଜାଣିପାରିବେ ।
ଗୁଗଲ ମ୍ୟାପରେ କିପରି ଚେକ୍ କରିପେ ଟ୍ରେନ୍ ଲାଇଭ ଷ୍ଟାଟସ:
– ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ ଖୋଲନ୍ତୁ ।
– ଏହାପରେ ସର୍ଚ୍ଚବାର ସେ ସେହି ସ୍ଥାନ ଲେଖନ୍ତୁ ଯେଉଁଠିକୁ ଆପଣଙ୍କୁ ଯିବାର ଅଛି ।
– ଟ୍ରେନ୍ ଆଇକନ୍ ଉପରେ କ୍ଲିକ କରନ୍ତୁ । ଏଥିରେ ଟ୍ରେନ ରୁଟ୍ ଅପ୍ସନ ଉପରେ ଟ୍ୟାପ କରନ୍ତୁ ।
– ସେହି ରୁଟ୍ ରେ ଉପଲବ୍ଧ ଥିବା ସମସ୍ତ ଟ୍ରେନ୍ ର ନାଁ ଆସିଯିବ ।
– ଲାଇଭ ଷ୍ଟାଟସ ଦେଖିବା ପାଇଁ ଟ୍ରେନର ନାଁ ଟ୍ୟାପ କରିବାକୁ ହେବ ।
– ସେଠାରେ ସେହି ରୁଟ୍ ର ସମସ୍ତ ଷ୍ଟେସନର ନାଁ ଦେଖିପାରିବେ ।