ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହିଳାଙ୍କ ସୁରକ୍ଷା ପାଇଁ ନୂତନ ଗାର୍ଡିଆନ୍ସ ଆପ୍ ଲଞ୍ଚ କରିଛି ଟ୍ରୁକଲର । ଏମରଜେନ୍ସି ସମୟରେ ମହିଳା ମାନେ ଏହି ଆପ୍ ବ୍ୟବହାର କରି ପାରିବେ । ଏହାସହିତ ବହୁତ କମ ସମୟ ମଧ୍ୟରେ ନିଜର ପରିବାର ଲୋକଙ୍କୁ ଲୋକେସନ ମଧ୍ୟ ପଠାଇ ପାରିବେ । ଖାସ୍ କରି ଅସୁବିଧା ସମୟରେ ମହିଳାଙ୍କୁ ସୁରକ୍ଷା କରିବା ପାଇଁ ଏହି ଆପ୍ କୁ ନିର୍ମାଣ କରାଯାଇଛି ।
ଉଦାହରଣ ସ୍ୱର୍ୱପ ଆପଣ କେଉଁଠିକୁ ଯାଉଛନ୍ତି କିନ୍ତୁ ଆପଣଙ୍କ ପରିବାର ଆପଣଙ୍କୁ ନେଇ ଚିନ୍ତିତ ଥିବେ । ସେଥିପାଇଁ ଆପଣ ଆପଣଙ୍କ ପରିବାର ସହିତ ଆପଣଙ୍କ ଲୋକେସନ ସେୟାର କରିପାରିବେ । ଗୋଟେ ଥର ଲୋକେସନ ସେୟାର ହେବା ପରେ ଆପଣଙ୍କ ପରିବାର ଲୋକେ ଆପଣଙ୍କୁ ଲାଇଭ ଦେଖିପାରିବେ ।
ଟ୍ରୁକଲର କହିଛି କି, ଏହି ଆପ୍ କୁ କମ୍ପାନୀର ସ୍ୱିଡେନ ଏବଂ ଭାରତ ଟିମ୍ ମିଳିତ ଭାବେ ୧୫ ଦିନରେ ପ୍ରସ୍ତୁତ କରିଛନ୍ତି । ମହିଳା ଦିବସ ପୂର୍ବରୁ ଏହି ଆପ୍ ଲଞ୍ଚ କରିଛି କମ୍ପାନୀ ।
କମ୍ପାନୀର ସିଇଓ କହିଛନ୍ତି କି, ବ୍ୟକ୍ତିଗତ ସୁରକ୍ଷା ଏବଂ ଲୋକେସନ ସେୟାରର ଅନେକ ଆପ୍ ଉପଲବ୍ଧ ଅଛି କିନ୍ତୁ ଗାର୍ଡିୟାନ୍ସ ଆପ୍ ସମସ୍ତଙ୍କଠାରୁ ଅଲଗା । ଏଥିରେ ଏକ ଏମରଜେନ୍ସି ବଟନ ରହିଛି । ଯାହା ଅସୁବିଧା ସମୟରେ କାମ କରିବ ।
ସୂଚନାଯୋଗ୍ୟ, ଟ୍ରୁକଲରର ଗାର୍ଡିୟାନ୍ସ ଆପ୍ ତିନୋଟି ପରମିଶନ୍ ନେବା ପରେ କାମ କରିବ । ଏଥିରେ ଲୋକେସନ, କଣ୍ଟାକ୍ଟସ ଏବଂ ଫୋନ୍ ପରମିଶନ ଆଦି ଉପଲବ୍ଧ ଅଛି ।