ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରରେ ଆଉ ରାଜନୈତିକ ବିଜ୍ଞାପନ ଦେଇ ପାରିବେ ନାହିଁ । ରାଜନୈତିକ ବିଜ୍ଞାପନକୁ ଟ୍ୱିଟର ପକ୍ଷରୁ ବନ୍ଦ କରି ଦିଆଯିବ । ଆସନ୍ତା ନଭେମ୍ବର ୨୨ ଠାରୁ ଲାଗୁ କରାଯିବ । ଯାହା ଫଳରେ ଆଉ ଟ୍ୱିଟରରେ ଦେଖିବାକୁ ମିଳିବ ନାହିଁ ବିଜ୍ଞାପନ । କମ୍ପାନୀର ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ମୁଖ୍ୟ ଅଧିକାରୀ ଜ୍ୟାକଙ୍କ କହିବା କଥା ଆମେ ସାରା ବିଶ୍ୱରେ ରାଜନୈତିକ ବିଜ୍ଞାପନ ଉପରେ ରୋକ ଲଗାଇଛୁ । ସୂଚନାଯୋଗ୍ୟ ଏବେ ବିଜ୍ଞାପନ ପାଇଁ ଟ୍ୱିଟର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।
ଯାହା ଆଗକୁ ରାଜନୈତିକ କ୍ଷେତ୍ର ପାଇଁ ମହା ବିପତ୍ତି ତେଣୁ କମ୍ପାନୀ ଏଥିରେ ରୋକ ଲଗାଇବାକୁ ଚିନ୍ତା କରୁଛି । ବିଜ୍ଞାପନ ଦ୍ୱାରା ଲୋକଙ୍କ ମତାମତ ଉପରେ ଏହା ମହା ପ୍ରଭାବ ପକାଉଛି । ଯାହା ଫଳରେ ଲୋକେ ବିଭ୍ରାନ୍ତ ହେଉଛନ୍ତି । ଏଠି ପଇସା ଦେଇ ଲୋକମାନେ ଭାଷଣ ଦେବା ଫଳରେ ଏହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି । ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ କମ୍ପାନୀ ମୁଖ୍ୟ ଜ୍ୟାକଙ୍କର ଏହି ନିଷ୍ପତ୍ତିକୁ ଅନେକ ଦେଶ ମଧ୍ୟ ସ୍ୱାଗତ ଜଣାଇଛନ୍ତି ।