ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଟ୍ୱିଟରରୁ କରିପାରିବେ ଆୟ । ୟୁଟ୍ୟୁବ ଏବଂ ଫେସବୁକ ଭଳି ଗ୍ରାହକ ଟ୍ୱିଟରରେ ମଧ୍ୟ କଣ୍ଟେଣ୍ଟ ମନିଟାଇଜେସନ କରିପାରିବେ । ଏନେଇ ଏଲନ ମସ୍କ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।
ଟ୍ୱିଟରରେ ମନିଟାଇଜେସନ ଫିଚର ଯୋଡିବାର ନିଷ୍ପତି ନେଇଛନ୍ତି ଏଲନ୍ ମସ୍କ ।
ସୂଚନାଯୋଗ୍ୟ, ଟ୍ୱିଟରରେ ଜଣେ ୟୁଜର୍ସ ଏଲନ ମସ୍କଙ୍କୁ ମନିଟାଇଜେସନ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । ସେ କହିଛନ୍ତି କି, ବିଜ୍ଞାପନରୁ ହେଉଥିବା ଆୟର ୫୫ ପ୍ରତିଶତ ପର୍ଯ୍ୟନ୍ତ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଦେଇଥାଏ ୟ୍ୟୁଟୁବ । ଏହାଉପରେ ଏଲନ ମସ୍କ ଜବାବ ଦେଇ କହିଛନ୍ତି କି, ଏଡାଠାରୁ ଅଧିକ ଦେବ ଟ୍ୱିଟର । ଏଥିରେ ସମସ୍ତ ପ୍ରକାରର କ୍ରିଏଟର୍ସ ସାମିଲ ହେବେ । ଟ୍ୱିଟରର ସର୍ଚ୍ଚରେ ମଧ୍ୟ ପରିବର୍ତ୍ତନ କରାଯିବ ।