ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ୍ କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଭଳି ସୁରକ୍ଷା ବିଶିଷ୍ଟ ଦୁଇଟି ବିମାନ ବହୁତ ଶୀଘ୍ର ଭାରତକୁ ମିଳିବାକୁ ଯାଉଛି । ଏନେଇ ବରିଷ୍ଠ ଅଧିକାରୀ କହିଛନ୍ତି କି, ବୋଇଙ୍ଗ କମ୍ପାନୀ ପକ୍ଷରୁ ଦୁଇଟି ବି୭୭୭ ବିମାନ ଭାରତକୁ ସେପ୍ଟମ୍ବର ମାସ ଭିତରେ ମିଳି ପାରେ ।
ଗତବର୍ଷ ଅକ୍ଟୋବରରେ ସରକାରୀ ଅଧିକାରୀ କହିଥିଲେ କି, ଏହି ଦୁଇ ବିମାନର ଅପୂର୍ତ୍ତି ଜୁଲାଇ ଭିତରେ ହୋଇଯିବ । ଯାହା କେବଳ ଭିଭିଆଇପି ଯାତ୍ରା ପାଇଁ ବ୍ୟବହାର କରାଯିବ ।
ରିପୋର୍ଟ ମୁତାବକ, ଏହି ଦୁଇଟି ବିମାନରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଯାତ୍ରା କରିବେ । ଏହି ବିମାନର ଡେଲଭରୀ ଜୁଲାଇ ମାସରେ ହେବାର ଥିଲା କିନ୍ତୁ ଏବେ ଅଧିକାରୀ କହିଛନ୍ତି କି ସେପ୍ଟମ୍ବର ମାସ ଭିତରେ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରି ଦିଆଯିବ ବିମାନ । ମୁଖ୍ୟତଃ କୋଭିଡ ୧୯ ପାଇଁ ବିମାନ ହସ୍ତାନ୍ତର ହୋଇ ପାରିନାହିଁ ।
ଏହି ଦୁଇଟି ବିମାନ ପାଇଁ ୨୦୧୮ ମସିହାରେ ବୋଇଙ୍ଗ କମ୍ପାନୀ ସହ ଡିଲ କରିଥିଲା ଭାରତ । ବର୍ତ୍ତମାନ ଏହି ଦୁଇଟି ବିମାନର କଷ୍ଟମାଇଜ କରିବାର କାମ ଆମେରିକାରେ ଚାଲିଛି ଏବଂ ଏଥିରେ ସୁରକ୍ଷା ହିସାବରେ ପରିବର୍ତ୍ତନ କରାଯାଉଛି ।
ବି୭୭୭ ବିମାନରେ ଅତ୍ୟାଧୁନିକ ମିସାଇଲ ରକ୍ଷା ପ୍ରଣାଳୀ ରହିବ । ଯାହାକୁ ଲାର୍ଜ ଏୟାରକ୍ରାଫ୍ଟ ଇଂଫ୍ରାରେଡ କାଉଣ୍ଟରମେଜର୍ସ ଏବଂ ସେଲ୍ଫ ପ୍ରୋଟେକ୍ସନ ସୁଟ୍ସ କୁହାଯାଏ ।