ଅନନ୍ତନାଗ ( ଏଟିଆର ବ୍ୟୁରୋ): ଶ୍ରୀନଗର ଅନନ୍ତନାଗ ଜିଲ୍ଲାରେ ଲୁଚି ରହିଥିବା ୨ ଜଣ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା କର୍ମୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ସିଆରପିଏଫ ଯବାନ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଆଜି ସକାଳେ ଏହି ଅପରେସନ କରାଯାଇଥିବା ଜଣା ପଡିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିବା ୨ ଜଣ ଆତଙ୍କୀ ଲସ୍କର ଇ ତୈବାର ସଦସ୍ୟ ବୋଲି ଜଣାପଡିଛି ।
ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗୁଳି ଓ ଗୋଟିଏ ପିସ୍ତଲ ଏକେ ୪୭ ଉଦ୍ଧାର କରାଯାଇଛି । ନିହତଙ୍କ ପରିଚୟ ମଧ୍ୟ ମିଳି ସାରିଛି । ସେମାନେ ହେଉଛନ୍ତି କହ୍ୱୋନା ବାସିନ୍ଦା ।ସେମାନଙ୍କ ନାମ ହେଉଛି ନୱିତ ଭଟ୍ଟ ଓ ୟାସୀନ ଭଟ୍ଟ ବୋଲି ଜଣାପଡିଛି । ଏନେଇ ଏକ ଟ୍ୱିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ ।