ଛତିଶଗଡ (ଏଟିଆର ବ୍ୟୁରୋ ) ; ନକ୍ସଲଙ୍କ ଟାର୍ଗେଟରେ ଗଣମାଧ୍ୟମ ପ୍ରତିନିଧୀ । ନକ୍ସଲଙ୍କ ଆକ୍ରମଣରେ ଚାଲିଗଲା ଜଣେ କ୍ୟାମେରାମ୍ୟାନଙ୍କ ଜୀବନ । ଛତିଶଗଡର ଅରନାପୁର ଜିଲ୍ଲାରେ ନକ୍ସଲମାନଙ୍କ ଆକ୍ରମଣରେ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ ଜୀବନ ଯାଇଛି । ଏହାସହ ଆକ୍ରମଣରେ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।
ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବା ନିମନ୍ତେ ଦୂରଦର୍ଶନର ଏକ ଟିମ ଯାଇଥିବା ବେଳେ ସେମାନଙ୍କ ଉପରକୁ ନକ୍ସଲମାନେ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିବା ଓଡିଆ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ କ୍ୟାମେରାମ୍ୟାନ ଜଣକ ହେଲେ ଅଚ୍ୟୁତାନନ୍ଦ ସାହୁ । ବଲାଙ୍ଗିର ଜିଲ୍ଲାର ଲୋଇସିଂହାରେ ଅଚ୍ୟୁତାନନ୍ଦଙ୍କ ଘର ବୋଲି ଜଣାପଡିଛି ।
ସେପଟେ ନକ୍ସଲ ମାନଙ୍କ ପାଦୃଭାବ ଦିନକୁ ଦିନ ବଢିଚାଲିଛି । କୌଣସି ନା କୌଣସି ଏକ ସ୍ଥାନରେ ସେମାନେ ଅଚନକ ଆକ୍ରମଣ କରି ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି । ଆତ୍ମଘାତୀ ଆକ୍ରମଣ କରି ବହୁୁ ଯାବାନଙ୍କ ଜୀବନ ମଧ୍ୟ ନେଉଛନ୍ତି । ଦୁଇଦିନ ତଳେ ବିଜାପୁର ଜିଲ୍ଲାରେ ଏକ ବୁଲେଟ ପ୍ରୁଫ ବଙ୍କର ଗାଡିକୁ ମଧ୍ୟ ନକ୍ସଲମାନେ ଉଡାଇଦେଇଥିଲେ । ଏଥିରେ ୪ ଜଣ ସିଆରପିଏଫ ଯବାନ ସହୀଦ ଓ ଦୁଇଜଣ ଯବାନ ଆହତ ହୋଇଥିଲେ ।