ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଲେଣ୍ଟାଇନ୍ ସପ୍ତାହରେ ନିଆରା ଢଙ୍ଗରେ ବିବାହ ରଚିଲେ ଆଇଏଏସ ଅଧିକାରୀ । ଆଜ୍ଞା ହଁ ପଶ୍ଚିମବଙ୍ଗ ହାୱାଡାର ଜଣେ ଆଇଏଏସ ଅଧିକାରୀ ତାଙ୍କ ଆପିଏସ ପ୍ରେମିକାଙ୍କ ସହ ପ୍ରେମ ସପ୍ତାହରେ ବିବାହ କରିଛନ୍ତି ।
ଆଇଏଏସ ତୁଷାର ସିଙ୍ଗଲା ୨୦୧୫ ବ୍ୟାଚର ପଶ୍ଚିମବଙ୍ଗ କ୍ୟାଡରର ଅଧିକାରୀ ଏବଂ ହାୱଡା ର ଏସଡିଏମ । ସେ ବିହାର କ୍ୟାଡରର ଆପିଏସ ଅଧିକାରୀ ନବଜ୍ୟୋତ ସିମ୍ମିଙ୍କୁ ତାଙ୍କ ଅଫିସ୍ ରେ ବିବାହ କରିଛନ୍ତି । ଏନେଇ ଗୋଟେ ପଟେ ନବଦମ୍ପତିଙ୍କୁ ପ୍ରଶଂସା ମିଳୁଥିବା ବେଳେ ଅନ୍ୟପଟେ ଏଭଳି ବିବାହ ପାଇଁ ତୁଷାରଙ୍କ ଉପରେ ପ୍ରଶ୍ନ ଉଠିଛି ।
ପ୍ରକୃତରେ ଗତ ଶୁକ୍ରବାର ଦିନ ତୁଷାର ତାଙ୍କ ଅଫିସରେ ବିବାହକୁ ନେଇ ପଞ୍ଜିକରଣ ସମ୍ବନ୍ଧୀୟ ଔପଚାରିକତା ପୂରଣ କରିଥିଲେ । ଏହାପରେ ସେହି ଯୋଡି ପୂଜା-ପାଠ ପାଇଁ ମନ୍ଦିର ଯାଇଥିଲେ ।
ଏହି ମାମଲାରେ ରାଜ୍ୟମନ୍ତ୍ରୀ ଏବଂ ହାୱଡା ଜିଲ୍ଲାର ଅଧ୍ୟକ୍ଷ ଅରୁପ ରାୟଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏଥିରେ କିଛି ଭୁଲ୍ ନାହିଁ, ମ୍ୟାରେଜ୍ ରେଜିଷ୍ଟ୍ରି ଏକ ଆଇନ ପ୍ରକ୍ରିୟା । ସେଥିପାଇଁ ମୋତେ ଲାଗୁ ନାହିଁ କି ସରାକରୀ କାର୍ଯ୍ୟାଳୟରେ ଦୁଇ ବ୍ୟକ୍ତିଙ୍କ ବିବାହରେ କୌଣସି ସମସ୍ୟା ଅଛି ।
୨୦୧୮ ବ୍ୟାଚ୍ ର ଆଇପିଏସ ଅଧିକାରୀ ହେଉଛନ୍ତି ନବଜ୍ୟୋତ ସିମ୍ମି । ଦୁହେଁ ପଞ୍ଜାବର ଅଟନ୍ତି । ବିବାହ ଅବସରରେ ତୁଷାର ସୁଟ୍ ବୁଟ୍ ରେ ନଜର ଆସୁଥିବା ବେଳେ ନବଜ୍ୟୋତ ସିମ୍ମି ଲାଲ ରଙ୍ଗର ଶାଢିରେ ନଜର ଆସିଛନ୍ତି ।