ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାଲେଶ୍ୱର ବାହାନଗାଠାରେ ଟ୍ରେନ୍ ଦୁର୍ଘଟଣା ମାମଲାକୁ ନେଇ ଜାତିସଂଘ ସାଧାରଣ ପରିଷଦ ସଭାପତି ଶୋକପ୍ରକାଶ କରିଛନ୍ତି । ଟ୍ୱିଟ ଯୋଗେ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।
ଗତକାଲି ସନ୍ଧ୍ୟାରେ ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ, ଯଶୋବନ୍ଦପୁର ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଏହି ହୃଦୟବିଦାରକ ଦୁର୍ଘଟଣା ପରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଥିବା ବେଳେ ୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବଢିପାରେ ।