ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆର୍ଥିକ ବର୍ଷ ୨୦୨୧-୨୨ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି । କରୋନା କାଳରେ ଦେଶ ପାଇଁ ଅର୍ଥମନ୍ତ୍ରୀ ବଡ ଘୋଷଣା କରିବେ ବୋଲି ଆଶା ରହିଥିଲା । ସେହିଅନୁଯାୟୀ ଲୋକଙ୍କୁ ନିରାଶ ମଧ୍ୟ କରି ନାହାନ୍ତି ଅର୍ଥମନ୍ତ୍ରୀ । କିଛି କ୍ଷେତ୍ର ପାଇଁ ଖଜଣା ଖୋଲି ଦଇଛନ୍ତି ।
ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ସମୟରେ ଦୁଇଟି ଏଭଳି ଖବର ଥାଏ ଯାହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ପ୍ରଥମଟି ହେଉଛି ଆୟକର ଆୟକର ସ୍ଲାବକୁ ନେଇ ଆର୍ଥିକ ଘୋଷଣା ଏବଂ ଦ୍ୱିତୀୟଟି ବଜେଟରେ କଣ ଶସ୍ତା ଏବଂ କଣ ମହଙ୍ଗା ହେବ । ସେହିଅନୁଯାୟୀ ତେବେ ଆସନ୍ତୁ ଜାଣିବା ବଜେଟରେ କଣ ଶସ୍ତା ଏବଂ କଣ ମହଙ୍ଗା ହୋଇଛି ।
କଣ କଣ ମହଙ୍ଗା ହେଲା:
– ମୋବାଇଲ ଫୋନ୍, ମୋବାଇଲ ଫୋନ୍ ର ପାର୍ଟସ, ଚାର୍ଜର
– ଗାଡି ପାର୍ଟସ
– ଇଲେକ୍ଟ୍ରନିକ ଉପକରଣ
– ଇମ୍ପୋଟେଡ କପଡା
– ସୋଲାର ଇନଭର୍ଟର, ସୋଲାର ଉପକରଣ
– କପା
କଣ କଣ ଶସ୍ତା ହେଲା:
– ଷ୍ଟିଲ ବାସନ
– ସୁନା
– ଚାନ୍ଦୀ
– ଜମ୍ବା ଜିନିଷ
– ଚମଡାରେ ନିର୍ମିତ ଜିନିଷ