ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୨୩-୨୪ ବର୍ଷ ପାଇଁ ସଂସଦରେ ଆଜି ସାଧାରଣ ବଜେଟ୍ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ । ଏଥିପାଇଁ ୩ ବର୍ଷରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା । ୧୫୭ ମେଡିକାଲ କଲେଜରେ ସ୍ଥାପନ ହେବ । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ । ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ଘୋଷଣା । ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷା ବ୍ଲକ ।
ଭାରତୀୟ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ । ସେହିପରି ପ୍ରଧାନମନ୍ତ୍ରୀ ଅବାସ ଯୋଜନା ପାଇଁ ୭୯ ହଜାର କୋଟି ଟଙ୍କା । କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ।
୫୦ଟି ନୂଆ ଏୟାରପୋର୍ଟ ଓ ହେଲି ପୋର୍ଟ ପ୍ରତିଷ୍ଠା କରାଯିବ । କେୱାଇସି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ । ୫ଜି ର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟ ୧୦୦ ଲ୍ୟାବ ପାଇଁ ଘୋଷଣା । ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା । ଅର୍ବନ ଇନଫ୍ରା ପାଇଁ ପ୍ରତିବର୍ଷ ୧୦ ହଜାର କୋଟି । ପରିଚୟ ପତ୍ରାର ସାମିଲ ହେଲା ପାନ୍ କାର୍ଡ । ୫୦ ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ହେବ ବିକାଶ ।